ମୁମ୍ବଇ: ଅକ୍ସିଜେନ ଲିକ୍ ହେବାରୁ ଯୋଗାଣ ବନ୍ଦ କରିଦିଆଗଲା। ଫଳରେ ଭେଣ୍ଟିଲେଟରରେ ଥିବା ୨୨ ରୋଗୀଙ୍କର ମୃତ୍ୟୁ ଘଟିଛି। ବୁଧବାର ଏଭଳି ଏକ ବଡ଼ଧରଣର ଅଘଟଣ ଘଟିଛି ମହାରାଷ୍ଟ୍ରର ନାସିକରେ ତିବା ଜାକିର ହୁସେନ୍ ହସ୍ପିଟାଲରେ ଘଟିଛି । ଏହି ଘଟଣା ନାସିକ ସହରର ଜାକିର ହୁସେନ୍ ହସ୍ପିଟାଲରେ ଘଟଣା ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଟ୍ୟାଙ୍କରରୁ ଖୁବ ଜୋରରେ ଅମ୍ଲଜାନ ବାହାରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୩୦ମିନିଟ ପର୍ଯ୍ୟନ୍ତ ଅମ୍ଲଜାନ ଯୋଗାଣ ବନ୍ଦ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ଓ ଭେଣ୍ଟିଲେଟରରେ ଥିବା ୨୨ ରୋଗୀ ମୃତ୍ୟୁବରଣ କରିଥିଲେ । ଘଟଣା ପରେ ଅମ୍ଳଜାନ ଆବଶ୍ୟକ କରୁଥିବା ୮୦ଜଣଙ୍କ ମଧ୍ୟରୁ ପ୍ରାୟ ୩୧ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହଠାତ ଅମ୍ଲଜାନ ଗ୍ୟାସ ଲିକ ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଆସି ଅମ୍ଲଜାନ ଗ୍ୟାସ ଲିକକୁ ରୋକିଥିଲେ। କିନ୍ତୁ ସେତେବେଳକୁ ୨୨ଜଣଙ୍କର ମୃତ୍ୟୁ ହୋଇସାରିଥିଲା।