ସୋରଡ଼ା ଡ଼ି ପଲ ବିଦ୍ୟାଳୟ ରେ ଅଧ୍ୟକ୍ଷ ସୁଧୀର କୁମାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମଙ୍ଗବାର ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶିବ ଶଙ୍କର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟ ଦର୍ଶନୀ ନାୟକ, ସମାଜ ସେବୀ ପ୍ରମୋଦ ପଟନାୟକ, ଶିବ ପ୍ରସାଦ ସୁଆର ବନ ବିଭାଗ ଏ ସି ଏଫ ନିହାର ରଞ୍ଜନ ମଲିକ, ସମାଜ ସେବୀ ଲଷ୍ମୀ ଚରଣ ପଣ୍ଡା, ଅଧ୍ୟକ୍ଷ ସୁଧୀର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I ଶିଶୁ ଅବସ୍ଥା ରୁ ଜ୍ଞାନ ବିଜ୍ଞାନ ପ୍ରତି ବିଦ୍ୟର୍ଥୀ ର ଚରିତ୍ର କୁ ବିକଶିତ ମାର୍ଗ ଦେଖାଇଥାଏ I ପ୍ରତିଟି ଶିଶୁ ବିଜ୍ଞାନ ପ୍ରତି ଆଗ୍ରହ ରଖିଲେ ଉର୍ନ୍ନତ ଧରଣର ତଥା ଆବିଷ୍କାର ମୂଳକ ଧାରା ସମାଜ ପାଇଁ ସୃଷ୍ଟି ହେବ ବୋଲି ଅତିଥି ମାନେ କହିଥିଲେ I ମୋଟ 60 ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ସମସ୍ତ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ I