ଅନ୍ତଃ ରାଜ୍ୟ ଚୋରି ରାକେଟ କୁ ମାଡି ବସିଲା ବୈରି ପୋଲିସ, ଗତକାଲି ବୈରୀ ଥାନାଧିକାରୀ ଙ୍କ ନେତୃତ୍ୱରେ ବିଳମ୍ବିତ ରାତ୍ରି ସମୟରେ ପେଟ୍ରୋଲିଂ କରୁଥିବା ବେଳେ, ଛତିଆ ଅମରାବତୀ ଖେଳପଡିଆ ଠାରେ ଏହି ଡକାୟତ ମାନେ ଏକତ୍ରିତ ହୋଇ ଡ଼କାୟତି ଯୋଜନା କରୁଥିବା ପୋଲିସ ଜାଣିପାରି ଥିଲା, ଘଟଣା ସ୍ଥଳରେ ପୋଲିସ୍ ଡକାୟତ ମାନଙ୍କୁ ଗିରଫ କରିଥିଲେ । ଡକାୟତ ମାନେ ହେଲେ ଆଲୁଲ ଅଙ୍ଗଜ ରାଓ, ବୟସ ୨୩, ପି- ଜଗନ୍ନାଥଙ୍କ ରାଓ, ଶଙ୍କର ଦାସ ବୟସ -୩୩ ,ପି ଶ୍ୟାମ ଦାସ, ଦୁର୍ଗା ରାଓ ଦାସ ବୟସ – ୪୪, ପି ଶ୍ୟାମ ଦାସ, କାୱାଡି ମହାଦେବ , ପି କାୱାଡ଼ି ମହେଶ୍ୱର,ବୟସ ୨୪ , ଏମାନେ ପୁର୍ବ କୋର୍ଟ କୋରେଇ ପାନ୍ତୁରି ଅଞ୍ଚଳର ଜଣା ପଡ଼ିଛି। ଅନ୍ୟ ଦୁଇ ଜଣ ମାକେଲା ଲାଚେନା,ବୟସ – ୨୫, ପି – ଓମ୍ କେଲା ଭାସ୍କର ରାଓ , ମେକଲା ଶିବ କୁମାର୍, ପି -ମେକେଲା ବାସୁ ଏମାନଙ୍କ ଘର ଆକି ଭିଡୁ ଇଷ୍ଟ ଗୋଦାବରୀ, ୱେଷ୍ଟ ଗୋଦାବରୀ ,ଥାନା – ବୋକରାମ , ଆନ୍ଧ୍ର ପ୍ରଦେଶ ବୋଲି ଥାନା ପକ୍ଷରୁ ଜଣାପଡିଛି। କେଶ୍ ନମ୍ବର୍ – ୫୭ / ୨୫ ଭାରତୀୟ ନ୍ୟାୟ ସଂହିତା ଧାରା-୩୧୦ /୪/,୩୧୦/୫ ରଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି, ସେମାନଙ୍କ ନିକଟରୁ ଜବତ୍ ହୋଇ ଥିବା ଜିନିଷ ରଡ଼ ୨, ଜଗ ପାଇପ୍୧, ଲୁହା ପାଇପ୍, କଟୁରୀ ସହିତ ବ୍ୟବହୃତ ତିନି ଗୋଟି ବାଇକ୍ କୁ ଜବତ୍ କରିଛି ବୈରୀ ପୋଲିସ ।