କଟକ ଜିଲ୍ଲାର ଟାଙ୍ଗି ଚୌଦ୍ବାର ରେ ଥିବା ଶିକ୍ଷା ଅନୁଷ୍ଠାନ ଟେଟ୍ରାହେଡନ୍ ଘରେଇ ବିଦ୍ୟାଳୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଟେଟ୍ରାହେଡନ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ୍, ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ତ୍ରିଦେବ୍ ବେହେରାଙ୍କ ପବିତ୍ର ଜନ୍ମ ତିଥି ଅବସରରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସର୍ବାଧିକ ୮୨୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଜିଲ୍ଲା ରେଡକ୍ରସ୍ ସୋସାଇଟି କଟକ ତଥା କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତକେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚନ୍ଦ୍ରିକା ପ୍ରସାଦ ଦାସଙ୍କ ସହଯୋଗରେ ଏବଂ ଅନୁଷ୍ଠାନର ଚେୟାରମ୍ୟାନ୍ ପ୍ରଫେସର ତ୍ରିଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଶିବିରରେ ଟାଙ୍ଗୀ-ସାଲେପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ମହୋଦୟ, ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ବେହେରା ମହୋଦୟ, ବର୍ତମାନର ବିଜେପିର ସଂଗଠକ ଶ୍ରୀଯୁକ୍ତ ହିମାଂଶୁ ମହାନ୍ତି, ସମାଜସେବୀ ବିଚିତ୍ରାନନ୍ଦ ସ୍ବାଇଁ, ସମାଜସେବୀ ଆକାଶ ପାତ୍ର, ବ୍ଲକ୍ ଚେୟାରମ୍ୟାନ୍ଙ୍କ ପ୍ରତିନିଧ ଶ୍ରୀଯୁକ୍ତ ଜନ୍ମେଜୟ ଖୁଲାର, ଟେଟ୍ରାହେଉନ୍ ହାଇୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ଶତପଥୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭକାନ୍ତ ମହାପାତ୍ର, ଟେଟ୍ରାହେଉନ୍ ଓମେନ୍ସ୍ ହାଇୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ନାଥ, ଏବଂ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ତ୍ରିଦେବ୍ ବେହେରାଙ୍କ ଧର୍ମପତ୍ନୀ ତଥା କଟକ ଜିଲ୍ଲା ରେଡ୍କ୍ରସ୍ର କନ୍ଭେନର୍ ସେକ୍ରେଟାରୀ ଅଧ୍ୟାପିକା ଡକ୍ଟର ସସ୍ମିତା ପଟ୍ଟନାୟକ ପ୍ରମୁଖ ଏହି ଶିବିରରେ ଯୋଗଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା, ବିଭିନ୍ନ କର୍ମଚାରୀ, ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଏହା ସହିତ ଅନୁଷ୍ଠାନର ଶୁଭଚିନ୍ତକ ଏକାଧୁକ ଅଭିଭାବକ ଏବଂ ଟେଟ୍ରାହେଉନ୍ ହାଇୟର ସେକେଣ୍ଡାରୀ ସ୍କୁଲ ତଥା ଟେଟ୍ରାହେଉନ୍ ଓମେନ୍ସ୍ ହାଇୟର ସେକେଣ୍ଡାରୀ ସ୍କୁଲର ଯୁବ ରେଡ୍କ୍ରସ୍ର ଭଲେନ୍ଟିଅର ଛାତ୍ରଛାତ୍ରୀ ମାନେ ସେଚ୍ଛାକୃତ ରକ୍ତଦାନ କରିବା ସହିତ ନିଷ୍ଠାପର ଭାବରେ ଏହି ଶିବିରକୁ ସଫଳ ମଣ୍ଡିତ କରିଥିଲେ । ୟୁଥ୍ ରେଡକ୍ରସ୍ କଟକର ଡାକ୍ତର ଓ ଷ୍ଟାଫ୍ ଙ୍କ ସମେତ ଶ୍ରୀଯୁକ୍ତ କେ.ସି ପଟ୍ଟନାୟକ, ଶ୍ରୀମତୀ ବନକା ପଟ୍ଟନା ଅନୁଷ୍ଠାନର ଅନ୍ୟାନ୍ୟ ସହକର୍ମୀବୃନ୍ଦ ଏବଂ ଉତ୍ସାହୀ ଛାତ୍ରଛାତ୍ରୀମାନେ ଏହି ଶିବିରରେ ସକ୍ରୀୟ ସହଯୋଗ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ବେହେରା ଏହି ଶିବିରରେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରୁଥିବା ଅଭିଭାବକ ତଥା କର୍ମଚାରୀ ମାନଙ୍କୁ ଉତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ରକ୍ତ ଦାନର ମହତ୍ଵ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । , ଏନେଇ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ତ୍ରିଦେବ୍ ବେହେରାଙ୍କ ପବିତ୍ର ଜନ୍ମ ତିଥି ଅବସରରେ ସଂଧ୍ୟା ସମୟ ରେ ଛତିଆ ଠାରେ ଥିବା ସେବକ ଜରା ନିବାସରେ ଅନ୍ତେବାସୀ ମାନଙ୍କ ସହ ଜନ୍ମଦିନ ପାଳନ କରିବା ସହିତ ଅନ୍ତେବାସୀ ମାନଙ୍କ ଭୋଜନ ପରିବେଷଣ କରିଥଲେ।