ଭୁବନେଶ୍ବର : ଟୀକା ଅଭାବ କାରଣରୁ ରାଜ୍ୟରେ ୯୦୦ଟି ଟୀକାକରଣ କେନ୍ଦ୍ର ବନ୍ଦ ହୋଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେତିକି ଟୀକା ମହଜୁଦ ଅଛି ତାକୁ ନେଇ ଆଜି ୫୭୯ କେନ୍ଦ୍ରରେ ଟୀକାକରଣ ଚାଲିଛି। ଏଯାବତ ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲଡ଼ ଟୀକା ଓ ୭୭ ହଜାର ୯୬୦ କୋଭକ୍ସଇନ ଟୀକା ଅଛି । ଯେଉଁଠି ଭ୍ୟାକ୍ସିନ ଅଛି ସେଠି ଟୀକା ଉତ୍ସବ କରାଯାଉଛି। ଜିରୋ ୱେଷ୍ଟଜ ଓ ସଚେତନତା ଟୀକା ଉତ୍ସବର ଲକ୍ଷ। ଟୀକା ନ ଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଯେଉଁ ଜିଲ୍ଲାକୁ ଟୀକା ଗତକାଲି ଯାଇଛି ସେ ଜିଲ୍ଲାରେ ଟୀକାକରଣ ଜାରି ରହିବ, ଯେଉଁଠି ସରିଆସିଲାଣି ସେଠାରେ ବନ୍ଦ ରହିବ । ଆଜି ରାଜ୍ୟରେ ୧ ଲକ୍ଷ ୧୩ ହଜାର ୫୬୩ଜଣଙ୍କଠାରେ ଟୀକାକରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷ ୩୨ ହଜାର ଟୀକାକରଣ ଦିଆସରିଛି । ଗତକାଲି ଅଢେଇ ଲକ୍ଷ ପହଂଚିବା ପରେ ଅଧିକ ସଂକମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଛି। ସେଥିଲାଗି ଖୋର୍ଦ୍ଧା, ସୁନ୍ଦରଗଡ ଓ ନୂଆପଡା ବଲାଙ୍ଗୀର ଭଳି ଜିଲ୍ଲାକୁ ବେଶି ବଣ୍ଟାଯାଇଛି ବୋଲି ସେ କହିଛନ୍ତି ।