କରୋନା ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଏକତ୍ର ହେବାକୁ ଆହ୍ୱାନ ଦେଇ ଦେଶର ୨୮ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ଏହା ସହ ଟୀକାକରଣ ପ୍ରକ୍ରିୟାରେ ସମସ୍ତ ରାଜ୍ୟର ସହମତି ଲୋଡିଛନ୍ତି । ଟୀକାକରଣକୁ ଅଗ୍ରାଧିକାର ନଦେଲେ କୌଣସି ବି ରାଜ୍ୟ ସୁରକ୍ଷିତ ନୁହନ୍ତି । ସମସ୍ତ ରାଜ୍ୟ ଏହାକୁ ପ୍ରାଥମିକତା ଦେବା ଉଚିତ ବୋଲି ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ରୀୟ ସ୍ତରରେ ସରକାର ଅଧିକରୁ ଅଧିକ ଟୀକା କିଣନ୍ତୁ ଓ ଏହି ପ୍ରକ୍ରିୟାକୁ ଵିକେନ୍ଦ୍ରୀକରଣ କରାଯାଉ । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ | ସ୍ୱାଧୀନତା ଲାଭ ପରେ କୋଭିଡ ମୁକାବିଲା ହେଉଛି ଦେଶ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ନବୀନ । ଭ୍ୟାକସିନେସନ ଆରମ୍ଭ ହେବା ପରେ ଦେଶରେ କୋଭିଡ ସ୍ଥିତିରେ ସୁଧାର ଆସିଥିବା ଲକ୍ଷ କରାଯାଇଛି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ। ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।