ସାଧାରଣ ଲୋକ ପୋଲିସ ଥାନା କୁ ଯିବାକୁ ସାଧାରଣତଃ ଭୟ କରନ୍ତି । ବିଭିନ୍ନ ମାମଲା ନେଇ ଉପଯୁକ୍ତ ନ୍ୟାୟ ବି ପାଇପାରନ୍ତି ନାହିଁ । ସେଥିପାଇଁ ପୋଲିସ ସଚେତନା କାର୍ଯ୍ୟକ୍ରମ ଆରମ୍ଭ କରାଯାିଛି । ସାଧାରଣ ଲୋକ କିଭଳି ଏ ନେଇ ସଚେତନ ହେବେ ତା ଉପରେ ଧ୍ୟାନ ଦିଆ ଯାଇଛି । ଆଦିବାସୀ , ଅଧ୍ୟୁଷିତ ଦାଦନ,ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନାରେ ନୂତନ ଥାନା ଅଧିକାରିଣୀ କଲ୍ୟାଣୀ ବେହେରା ଯୋଗ ଦେବା ପରେ ତାଙ୍କ ନେତୃତ୍ୱରେ ‘ ଆମ ପୋଲିସ ସଚେତନା କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଛି ।
ଲୋକେ ଭୟ ନ କରି ବିଭିନ୍ନ ହିଂସାର ବିରୋଧ କରିବେ । ଘରୋଇ ଉତ୍ପିଡନ ସହ ବିଭିନ୍ନ ପ୍ରକାର ବେଆଇନ୍ କାର୍ଯ୍ୟକଳାପର ଦମନ କରିବା ପାଇଁ ସାଧାରଣ ଲୋକ ଓ ପୋଲିସ ମଧ୍ୟରେ ସୁମ୍ପର୍କ ସ୍ଥାପନ ଏହି କାର୍ଯ୍ୟକ୍ରମର ମୋଟ ରହିଛି । ସାଧାରଣ ଲୋକଙ୍କୁ ବିନା ଦ୍ୱନ୍ଦରେ ସୁରକ୍ଷା ଯୋଗାଇବେ ପୋଲିସ । ବିଭିନ୍ନ ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।
ପୂର୍ବରୁ ଟିଟିଲାଗଡ ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରରେ ବିଭିନ୍ନ ବୈଠକ ଓ ଆଲୋଚନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିଲା । ବର୍ତ୍ତମାନ ଏହି ସଚେତନତା କାର୍ଯ୍ୟକ୍ରମ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।