ଟିଏମସି ନେତା ଶେଖ ଶାହାଜାହାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଟିଏମସି । ତାଙ୍କୁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି । ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଆଜି ସନ୍ଦେଶଖାଲିର ଦବଙ୍ଗ ନେତା ଶେଖ ଶାହଜାହାଁଙ୍କୁ ୬ ବର୍ଷ ପାଇ ଦଳରୁ ନିଲମ୍ବିତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନଙ୍କୁ କରାଯାଇଥିବା ଆକ୍ରମଣ ଘଟଣାରେ ଆଜି ପୁଲିସ୍ ଶାହଜାହାଁଙ୍କୁ ଗିରଫ କରିଛି। ଗିରଫ ହେବାର କିଛି ଘଣ୍ଟା ପରେ ଟିଏମସି ତାଙ୍କୁ ଦଳରୁ ସସପେଣ୍ଡ କରିଛି। ଦଳ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଏକଥା ସମସ୍ତଙ୍କୁ ଅବଗତ କରାଯାଇଛି। ଶେଖ ଶହାଜାହାନ ଉତର ୨୪ ପ୍ରଗଣା ଜିଲ୍ଲାର ସନେ୍ଦଶଖାଲିରୁ ସରବେରିଆ ଅଂଚଳର ଏକ ଘରୁ ଗିରଫ କରାଯାଇଛି । ଶେଖ ସେଠାରେ କିଛି ସାଥୀଙ୍କ ସହ ଲୁଚିଥିଲେ । ଗିରଫ କରାଯିବା ପରେ ତାଙ୍କୁ ବଶିରହାଟ ଅଦାଲତରେ ହାଜର କରାଯାଇଥିଲା । ଶେଖଙ୍କୁ ବହିଷ୍କୃତ କରି ଟିଏମସି ନେତା ଡେରେକ ଓ ବ୍ରାୟନ କହିଛନ୍ତି , କିଛି ପାର୍ଟି କେବଳ କୁହନ୍ତି । କିନ୍ତୁ ଟିଏମସି କହିବା ସହିତ କାର୍ଯ୍ୟାନୁଷ୍ଠାନ ବି ନିଏ । ଏଥିପାଇଁ ଶେଖ ଶାହାଜାହାନଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି ।
ତେବେ ପଶ୍ଚିମବଙ୍ଗରେ ସନେ୍ଦଶଖାଲି ମାମଲାକୁ ନେଇ ପ୍ରବଳ ଉତେଜନା ଲାଗି ରହିଥିଲା । ଉତର ୨୪ ପ୍ରଗଣା ଜିଲ୍ଲାର ସନେ୍ଦଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ସହ ସେମାନଙ୍କ ଜମି ହଡପ ହୋଇଥିବା ଅଭିଯୋଗ ହୋଇ ଆସୁଛି । ଟିଏମସି ନେତା ଶାହାଜାହାନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି । ଶାହାଜାହାନ ଓ ତାର କିଛି ସହଯୋଗୀ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିଲା । ସେମାନେ ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ରାନୁଷ୍ଠାନ ହେଉନଥିବା ଅଭିଯୋଗ ଆସିଥିଲା । ତେବେ ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷର ରାଜରାସ୍ତାକୁ ଓହ୍ଲାଇଥିଲେ । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।