କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ସରକାରୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ୍ କ୍ୱାଟର ରେ ଜଣେ କର୍ମଚାରୀଙ୍କ ସଂଧ୍ୟଜନକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ପ୍ରାଣୀ ଚିକିତ୍ସାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିଟୁ ପାତ୍ର । ଟିଟୁ ଏକାକୀ କ୍ୱାଟର ରେ ରହୁଥିବା ବେଳେ ସକାଳୁ ଅଫିସ୍ ଖୋଲନ୍ତି। ଆଜି କିନ୍ତୁ ଅଫିସ୍ ଖୋଲିବାରେ ବିଳମ୍ବ ହେବାରୁ ସହକର୍ମୀ ମାନେ କ୍ୱାଟର କୁ ଯାଇ ଟିଟୁଙ୍କୁ ଡାକିବାରୁ ଟିଟୁ କବାଟ ଖୋଲି ନଥିଲେ। ଟିଟୁ ବେକରେ ଗାମୁଛା ଗୁଡ଼ାଇ ଫ୍ୟାନ୍ ରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଚିକିତ୍ସାଳୟର ମୁଖ୍ୟ ଡାକ୍ତର ରଶ୍ମି ରଞ୍ଜନ ନାୟକ ଘଟଣା ସଂପର୍କରେ ସଙ୍ଗେ ସଙ୍ଗେ ଟାଙ୍ଗୀ ପୋଲିସ୍ କୁ ଖବର କରିଥିଲେ। ଘଟଣା ସ୍ଥଳରେ ପୋଲିସ୍ ଓ ଫରେନ୍ସିକ୍ ଟିମ୍ ମୃତକଙ୍କ ପରିବାର ଓ ମାଜିଷ୍ଟେଷ୍ଟ ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି। ଟିଟୁଙ୍କ ଘର ଅଡ଼ସ ପୁର ଥାନା ଉତ୍ତାରଣ ଗ୍ରାମରେ। ତେବେ କର୍ମଚାରୀଙ୍କ ମୃତ କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଆରମ୍ଭ କରିଛି ଟାଙ୍ଗୀ ପୋଲିସ