ଦାଦାବଟିକୁ କେନ୍ଦ୍ର କରି ଟାକ୍ଚରର ଡ୍ରାଇଭର ଏବଂ ହେଲପରକୁ ମାରଣାନ୍ତକ ଆକ୍ରମଣ। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ – କାଳିପଦା ମୁଖ୍ୟ ରାସ୍ତାର କାଳିପଦା ଛକରେ ଟାୟାର ଜାଳି ରାସ୍ତା ରୋକ କଲେ ଉତ୍ୟକ୍ତ ଲୋକେ। ସୂଚନା ଅନୁଯାୟୀ ଚୌମୁଖ ଗ୍ରାମର ପ୍ରଦୀପ କର ଙ୍କ ଟାକ୍ଚର ନେଇ ତାଙ୍କ ର ଡ୍ରାଇଭର ଏବଂ ହେଲପର ଯାଉଥିବା ସମୟରେ କାଳିପଦା ଛକ ରେ ୫ ଜଣ ଦୁର୍ବୁର୍ତ୍ତ ଗାଡି ଅଟକାଇ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଦୁର୍ବୁର୍ତ୍ତ ମାନେ ଡ୍ରାଇଭର ଏବଂ ହେଲପର ଙ୍କୁ ନିସ୍ତୁକ ପିଟିଥିଲେ।
ଖବରପାଇ ପ୍ରଦୀପ କରଙ୍କ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୁର୍ତ୍ତ ମାନେ ନିସ୍ତୁକ ପିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ହସପିଟାଲରେ ଭର୍ତ୍ତି କରାଇଛନ୍ତି। ତେଣୁ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ଲୋକେ ବାଲିଆପାଳ – କାଳିପଦା ମୁଖ୍ୟ ରାସ୍ତାର କାଳିପଦା ଛକରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଖବରପାଇ ବାଲିଆପାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା।