ଆସାମ : ପାଖେଇ ଆସୁଛି ନିର୍ବାଚନ। ସବୁଠି ଏବେ ନିର୍ବାଚନି ଉଷ୍ମତା ଦେଖିବାକୁ ମିଳୁଛି। ବିଭିନ୍ନ ରାଜନୈତିକ ଦଳ କସରତ ମଧ୍ୟ ଆରମ୍ଭ ହୋଇସାରିଛି ।
ଠିକ ଏହି ସମୟ ରେ ଆସାମର ଜଣେ ନେତା ଙ୍କ ଫଟୋ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଏହି ଫଟୋ ରେ ଦେଖିବାକୁ ମିଳିଛି ଯେ ରାଜନେତା ଜଣଙ୍କ ଟଙ୍କା ର ଗଦି ରେ ଶୋଇଛନ୍ତି ଓ ତାଙ୍କ ଉପରେ ୫୦୦ ଟଙ୍କିଆ ନୋଟ ପଡିରହିଛି। ତେବେ ନେତା ଜଣଙ୍କ ହେଉଛନ୍ତି ଉଦଲଗିରି ଜିଲ୍ଲା ଭାଇରାଗୁରିର ଗାଁ ପରିଷଦ ବିକାଶ କମିଟି ର ଅଧ୍ୟକ୍ଷ ବେଞ୍ଜାମିନ ବାସୁମାତ୍ରାୟ । ତେବେ ନେତା ଙ୍କ ନାଁ ରେ ରହିଛି ଅନେକ ଦୁନୀତିର ଅଭିଯୋଗ। ଯେଉଁଥିରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମୀଣ ନିଯୁକ୍ତି ଯୋଜନା ଓ ମନରେଗା ଯୋଜନାରେ ଗୁଡିକରେ ଗରିବ ଲୋକଙ୍କୁ ସହାୟତା ପାଇଁ ଲାଞ୍ଚ ଓ ଟଙ୍କା ହେରଫେର କରିଥିବାର ଲମ୍ଭା ତାଲିକା ରହିଛି ।