ଦାନଗଦି ବ୍ଲକ ଅନ୍ତର୍ଗତ ଝାଡେଶ୍ୱର୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିବା 2 ଘଟିକା ସମୟରେ ଶୁଖିଲା ଭାତ ଖାଇଲେ ଛାତ୍ର ଏନେଇ ଅଭିଭାବକ ମାନେ ଉତ୍ତେଜିତ୍ ହୋଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ଦାନଗଦି ବ୍ଲକ ଅନ୍ତର୍ଗତ ଝାଡେଶ୍ୱର୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲା ମାନଙ୍କୁ ଶୁଖିଲା ଭାତ ଖାଇବାକୁ ଦିଆଯାଉଥିବା ଦେଖି ପିଲା ମାନଙ୍କ ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଅଭିଭାବକ ମାନେ ଏକ ଭିଡ଼ିଓ କରିବା ସହିତ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସୂଚନା ମିଳିଛି ।