ଏନ୍ଏନ୍ଏସ ଓଡିଆ, ଝାଡଖଣ୍ଡ: ଝାଡଖଣ୍ଡ ଗିରିଡିହରେ ବଡ ଧରଣର ଦୁର୍ଘଟଣା ହୋଇଛି । ରାଞ୍ଚôରୁ ଗିରିଡହ ଅଭିମୁଖେ ଆସୁଥିବା ଏକ ବସ ବରାକର ନଦୀରେ ଖସି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଅତିକମରେ ୪ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ କିଛି ଯାତ୍ରୀ ନଦୀରେ ବୁଡି ଯାଇଥିବାର ସନେ୍ଦହ କରାଯାଉଥିବାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ଅର୍ଥାତ୍ ଶନିବାର ରାତି ପ୍ରାୟ ୮ଟା ୪୦ ମିନିଟ୍ ସମୟରେ ଏହି ଦୁର୍ଘଟଣାଟି ଘଟିଛି । ବସରେ ୩୦ରୁ ଅଧିକ ଯାତ୍ରୀ ଥିବାରୁ ସୂଚନା ମିଳିଛି । ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଘଟଣାସେଥଳରେ ପୋଲିସ ପହଞ୍ଚô ଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିଡ ଲାଗି ରହିଛି ।ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ସ୍ଥାନୀୟ ବିଧାୟକ ସୁଦିବ୍ୟ କୁମାର ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ୟ୍ୟର ତଦାରଖ କରିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି। ଉଦ୍ଧାରକାର୍ୟ୍ୟରେ ନିୟୋଜିତ ଥିବା ଟିମକୁ ରେସ୍କ୍ୟୁ ଅପରେସନରେ ସ୍ଥାନୀୟ ଲୋକେ ମଧ୍ୟ ସହଯାଗ କରୁଛନ୍ତି। ଏହା ସହିତ ସେହି ରାସ୍ତା ଦେଇ ଜଳାଭିଷେକ ପାଇଁ ଯାଉଥିବା କାଉଡିଆ ଭକ୍ତ ମଧ୍ୟ ନଦୀ ଗର୍ଭରେ ଭାସି ଯାଉଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଛନ୍ତି । ତେବେ ଆଜି ସନ୍ଧ୍ୟାରେ ରାଞ୍ଚିରୁ ଗିରିଡିହ ଅଭିମୁଖେ ଆସୁଥିବା ‘ଆଲିସାନ’ ନାମକ ଏକ ଯାତ୍ରୀବାହୀ ବସ୍ ନଦୀ ଭିତରକୁ ଖସି ପଡିଥିବାରୁ ଅନେକ ଆହତ ହୋଇଛନ୍ତି ।