ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୨): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ କ୍ରାଇମ୍ ବ୍ରାଂଚ୍ କିଛି ସୁରାକ ପାଉନଥିବାବେଳେ ବିରୋଧି ଦଳ ନେତା ଜୟନାରାୟଣଙ୍କ ମନ୍ତବ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି । ବିଧାନସଭା ଚାଲିଥିବାବେଳେ ସବୁ ଘଟଣା ଖୋଲି କହିବେ ବୋଲି ଜୟନାରାୟଣ ପୂର୍ବରୁ କହିଥିଲେ । ଆଜି ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାବେଳେ ଜୟନାରାୟଣ ଧାରଣାରେ ବସି ନବଙ୍କ ହତ୍ୟାକୁ ଏହା ଏକ ସରକାରୀ ହତ୍ୟା ଓ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ୫ଟି ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସନେ୍ଦହଘେରକୁ ନେଇଛନ୍ତି ଜୟନାରାୟଣ । ୪ ଦିନ ପୂର୍ବରୁ ଏହି ଦୁଇଜଣ କଣ କଥା ହୋଇଥିଲେ ସେମାନଙ୍କ କଲ୍ ରେକର୍ଡ଼ ଯାଂଚ୍ କରାଯାଉ । ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି କହିଛନ୍ତି ଜୟନାରାୟଣ । ଓଡ଼ିଶା ପୁଲିସର ସାହସ ନାହିଁ ଏହି ଘଟଣାର କଲ୍ ରେକର୍ଡ଼ ଯାଂଚ୍ କରିବାକୁ । ପୁଲିସ ଏହାକୁ ଚାପିଦେବାକୁ ବସିଛି । ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ଜୟନାରାୟଣ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ଆମେ ଏହି ଘଟଣାର ସିବିଆଇ ତଦନ୍ତ ଚାହୁଁ ବୋଲି ଜୟନାରାୟଣ କହିଛନ୍ତି । କାରଣ ଏଠାରେ ସରକାର ଏଭଳି ହତ୍ୟାକାଣ୍ଡ କରୁଥିବାବେଳେ ସାଧାରଣ ଜନତା ଅସୁରକ୍ଷିତ ।