<h3>ତିନି ଜଣ ଜୋତା ବ୍ୟବସାୟୀଙ୍କ ଘରେ ଆଇଟି ରେଡ । ଘରୁ ମିଳିଲା ୫୦୦ ଟଙ୍କିଆ ନୋଟ୍ର ପୁଳା ପୁଳା ବଣ୍ଡଲ । ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଆଗ୍ରାଠାରେ ଘଟିଛି । ତେବେ ଏହି ତିନି ଜଣ ଜୋତା ବ୍ୟବସାୟୀଙ୍କ ଘରୁ ୪୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଜବତ କରିଛି ଆୟକର ବିଭାଗ । ଯାହାର ଗଣନା ଏବେ ପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି । ବ୍ୟାଙ୍କ କର୍ମଚାରୀ ଏବଂ ଆୟକର ବିଭାଗ ଅଫିସର ଟଙ୍କା ଗଣି ଗଣି ନାକେଦମ୍ ହୋଇସାରିଲେଣି ।</h3>