କାନପୁର : ଉତ୍ତର ପ୍ରଦେଶର କାନପୁର ଜେଲରେ କଏଦୀଙ୍କ ଭିତରେ କରୋନା ସଂକ୍ରମିତ ମିଳିବା ପରେ ଆତଙ୍କ। ଜେଲର ୧୦ ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି କଏଦୀମାନେ ଅସ୍ଥାୟୀ ଜେଲରୁ ଆସିଥିଲେ। ଯାଞ୍ଚ ବେଳେ ଏହି କଏଦୀମାନେ କରୋନା ପଜିଟିଭ ବାହାରିଥିଲେ। ଏମାନଙ୍କ ଭିତରେ ଜଣେ ମହିଳା କଏଦୀ ମଧ୍ୟ ରହିଛନ୍ତି। ଅନ୍ୟପକ୍ଷେ କାନପୁର ହେଲଟ୍ ହସ୍ପିଟାଲରେ ଚିକିତ୍ସା ବେଳେ ଜଣେ କରୋନା ପଜିଟିଭ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାଁ ହେଲା ରାମବାବୁ କଟିୟାର। କରୋନା କାରଣରୁ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇ ନାହିଁ । ପରିବାରର କୌଣସି ସଦସ୍ୟ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇନାହାନ୍ତି।