<h3>କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ସ୍ଥିତ ଜିଲ୍ଲା କାରାଗାର ତଥା ବିଚାର ବିଭାଗୀୟ ହାଜତରେ ଏକ ଘରପୋଡି ଘଟଣାରେ ଜେଲରେ ଥିବା ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି | ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ମାଳୀପୁର ଗାଁ ର ୫୪ ବର୍ଷୀୟ ରଂଜନ ମଲ୍ଲିକଙ୍କ ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ହୋଇଛି । କୋର୍ଟଙ୍କ ନିର୍ଦେଶ କ୍ରମେ ଦୁଇ ମାସ ହେବ ସେ ବାରିମୂଳ ଜେଲରେ ଅଭିଯୁକ୍ତ ଭାବେ ଥିଲେ । ଆଜି ସକାଳ ସେ ମୃତ ବୋଲି ଜେଲ କତୃପକ୍ଷଙ୍କ ପାଖରୁ ତାଙ୍କ ପରିବାରକୁ ସୂଚନା ଦିଆଯାଥିବା ଜଣାପଡିଛି । ତେବେ କିଭଳି ଓ କେଉଁ କାରଣ ପାଇଁ ରଞ୍ଜନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।ରଞ୍ଜନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଗତକାଲି ରାତିରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେବାପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।</h3>