ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ରେରବିବାର ଜେଜେବାପା,ଜେଜେମା ସମ୍ମିଳନୀ,ଜାତୀୟ ଗଣିତ ଦିବସ ଓ କନ୍ୟାଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉମାଶଙ୍କର ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । 150 ଜଣ ଜେଜେବାପା ଓ ମା ଯୋଗ ଦେଇଥିଲେ । ଗଣିତ ଦିବସ ଉପଲକ୍ଷେ ପୂର୍ବରୁ ହୋଇଥିବା ଗଣିତ ପ୍ରଶ୍ନମଞ୍ଚ, ପ୍ରୟୋଗ ଓ ପ୍ରକଳ୍ପ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରୋହିତ କୁମାର ବିଷୋୟୀ ଓ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ପ୍ରସନ୍ନ ପଟ୍ଟନାୟକ ପୁରସ୍କୃତ କରିଥିଲେ । ଜୀବନ ର ପ୍ରତିଟି ମୁହୂର୍ତ୍ତ ରେ ଯେ କୌଣସି ବୟସ ର ବ୍ୟକ୍ତି ବିଶେଷ ଙ୍କୁ ଗଣିତ ର ଆବଶ୍ୟକତା ନିଶ୍ଚୟ ରହିଛି I ଯେ କୌଣସି କାର୍ଯ୍ୟ ରେ ଗାଣିତିକ ପରିଚାଳନା ର ବ୍ୟବହାର ହିଁ ପ୍ରତିଟି ବ୍ୟବସ୍ଥା କୁ ସଫଳ ତଥା ପୂର୍ଣ୍ଣାଙ୍ଗ କରିଥାଏ Iକାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟରେ ଜେଜେବାପା ଓ ଜେଜେମାଆ ମାନେ ପ୍ରସାଦ ସେବନ କରି ପ୍ରସ୍ଥାନ କରିଥିଲେ। ଅନ୍ୟପଟେ ଷଷ୍ଠ ଠାରୁ ନବମ ଶ୍ରେଣୀ ଭଉଣୀ ମାନଙ୍କୁ ନେଇ କନ୍ୟାଶିବିର ଅନୁଷ୍ଠିତ ହେଇଥିଲା। ଉକ୍ତ ଶିବିର ରେ ଶିଶୁ ଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଥିଲେ ଡାକ୍ତର ପ୍ରିୟଙ୍କା ମିଶ୍ର, ଆଇନଗତ ଶିକ୍ଷା ସମ୍ବନ୍ଧରେ ଶ୍ରୀଯୁକ୍ତ ପ୍ରଭାତ ପାଢ଼ୀ ଓ ବସୁଧୈବ କୁଟୁମ୍ବକମ ସମ୍ବନ୍ଧରେ ଓମ୍ ଶାନ୍ତି ଓମ୍ ପରିବାରର ସୁଶ୍ରୀ ବ୍ରହ୍ମ କୁମାରୀ ସମ୍ୟକ୍ ଜ୍ଞାନ ଭଉଣୀ ମାନଙ୍କୁ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତା ଭଉଣୀ ମାନଙ୍କ ମଧ୍ୟରେ ଯଥା ଖାଦ୍ୟ ନିଜେ ପ୍ରସ୍ତୁତି କରି ଆଣିବା, ମୁରୁଜ ଝୋଟି, ଅଳତା ଲଗା, ସାଧବ ବୋହୂ ବେଶ, ପୁଚି ଖେଳ ଅନୁଷ୍ଠିତ ହେଇଥିଲା ଓ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରୋହିତ କୁମାର ବିଷୋୟୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ରହି କୃତି ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।