<h3>ଜେଇ କଣ୍ଟ୍ରାକ୍ଟରଙ୍କ ମନୋମୁଖୀ କାମ ପାଇଁ ଦବିଲା ୭କୋଟି ଟଙ୍କାର ନିର୍ମାଣଧିନ ବିଜୁ ସେତୁ।ଏମିତି ଏକ ଘଟଣା ଘଟିଛି ରାଜନଗର ବ୍ଲକ ବାଘମାରି ପଞ୍ଚାୟତସ୍ଥିତ ଉଦ୍ୟାନ ଗାଁରେ । ତାରିଣୀ ମନ୍ଦିର ପାଖ କେନାଲରେ ଆର.ଡ଼ି ବିଭାଗ ଅଧୀନରେ ନିର୍ମାଣଧୀନ ବିଜୁ ସେତୁର ଛାତ ଗତକାଲି ଦବି ଯାଇଛି କ୍ଷ ଯାହା ଫଳରେ ବାଘମାରୀ ଓ କେରୁଆପାଳ ଦୁଇଟି ପଞ୍ଚାୟତର ୧୪ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହେବା ନେଇ ସୂଚନା ମିଳିଛି କ୍ଷ ଅଭିଯୋଗ ମୁତାବକ ଜେଇ ଓ କଣ୍ଟ୍ରାକ୍ଟରଙ୍କ ମନୋମୁଖୀ କାର୍ୟ୍ୟ ପାଇଁ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଜୁ ସେତୁର ଛାତ ପଡ଼ୁଥିବା ଅବସ୍ଥାରେ ପ୍ରାୟ ୧ ଫୁଟ ଦବି ଯାଇଛି କ୍ଷ ଏନେଇ ସ୍ଥାନୀୟ ଅଂଚଳରେ ଘୋର ଅସନ୍ତୋଷ ଦେଖା ଦେଇଛି । ସାତ କୋଟି ଟଙ୍କାର ବିଜୁ ସେତୁ ତିଆରି ହେଉଥିବା ବେଳେ ଜେଇ, କଣ୍ଟ୍ରାକ୍ଟର ଓ ୱାର୍ଡ ପ୍ରତିନିଧି ଚନ୍ଦନ ସାହୁ ମିଳିମିଶି ସମସ୍ତ ଅର୍ଥକୁ ଚଳୁ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ଉଦ୍ୟାନ ଗାଁର ୱାର୍ଡ ମେମ୍ବର ପ୍ରତିନିଧିଙ୍କୁ ପଚାରିବାରୁ ସେ କହୁଥିଲେ ଆମର କିଛି ଅଭିଯୋଗ ନାହିଁ, ଯାହା ପଚାରିବାର ଅଛି ଜେ.ଇ ଙ୍କୁ ପଚାର। ତାହା ସହିତ ତାଳ ଦେଉଥାଏ କେରୂଆ ପାଳ ପଞ୍ଚାୟତର ସାର ରାଜେନ୍ଦ୍ରପୁର ଗାଁର କୁଜି ନେତା ପରିମଲ୍ ବାରିକ । ଅଭିଯୋଗ କଲେ କଣ ଲାଭ ହେବ । ଏ ବାବଦରେ ଆମ ପ୍ରତିନିଧି ଜେ,ଇ,ଙ୍କ ପାଖରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ପ୍ରତିକ୍ରିୟା ଦେବାକୁ ସିଧା ସଳଖ ମନା କରିଦେଇ ଥିଲେ। ତା ମାନେ ଏଠି ପ୍ରମାଣ ହେଉଛିଜେ, ଇ,କଣ୍ଟାଟର ,ଉଦ୍ୟାନ ଗାଁର ୱାର୍ଡ ମେମ୍ବର ପ୍ରତିନିଧି ଚନ୍ଦନ ସାହୁ ମିଳିମିଶି ବିନା ଫଳକରେ ନିମ୍ନମାନର କାମ କରି କୋଟି କୋଟି ଟଙ୍କା ହଡ଼ପ କରୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଖବର ପ୍ରସାରଣ ପରେ ତଦନ୍ତ କରି ଜେ,ଇ,ଓ, କଣ୍ଟ୍ରାକ୍ଟରଙ୍କ ବିରୁଦ୍ଧରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଯଦି ବିଭାଗୀୟ ଅଧିକାରୀମାନେ ଏ ବିଷୟରେ କୌଣସି କାର୍ୟ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଆଗାମୀ ଦିନରେ ଅଞ୍ଚଳବାସୀମାନେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।</h3>