ଜେଇଙ୍କ ପିସି ଆଦାୟ କୁ ନେଇ ଚର୍ଚ୍ଚା। 5t ସରକାର ଚାଲିଥିଲା ବେଳେ ପିସି ଆଦାୟ କାରୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ତତ୍କାଳୀନ ନବୀନ ସରକାର ଓ 5t ସଚିବ କହିଥିଲେ। କିନ୍ତୁ 6.5ଲକ୍ଷ କାର୍ଯ୍ୟାଦେଶ ମିଳିଥିବା ବେଳେ ମାତ୍ର କାମ ହୋଇଛି 4.5 ଲକ୍ଷ ଟଙ୍କାର ଓ ଏ ବାବଦକୁ ଜନୈକ ଜେଇ ପିସି ନେଇଛନ୍ତି 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଯାହାକି 24%ରୁ ଉର୍ଦ୍ଧ। ଘଟଣାଟି ଘଟିଛି ଏରସମା ବ୍ଲକ ଆନ୍ତଗର୍ତ ଢ଼ିଙ୍କିଆ ଗ୍ରାମରେ। ଏକ ମିଶନ ଶକ୍ତି ଗୃହ ଓ କ୍ଲବ ଘର ନିର୍ମାଣ ରେ ହୋଇଛି ଏପରି ଏକ ବଡ ଘୋଟଲା। କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଦିଲ୍ଲୀପ କୁମାର ମହାନ୍ତି ଉକ୍ତ କାର୍ଯ୍ୟ କୁ କରିଥିଲେ ମାତ୍ର 4ଲକ୍ଷ 50ହଜାର କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଆଉ 2ଲକ୍ଷ ଟଙ୍କାର କାର୍ଯ୍ୟ ଏଯାବତ ହୋଇନାହିଁ। କିନ୍ତୁ 4ଲକ୍ଷ 50ହଜାର କାମରେ ଜନୈକ ଜେଇ ପିସି ବାବଦରେ ମାତ୍ର ନେଇଛନ୍ତି 1 ଲକ୍ଷ ଟଙ୍କା। ଯାହାର ପ୍ରମାଣ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ବଦଳିଯାଇଛି ସରକାର ଘଟଣାଟି ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଓ ଲୋକଙ୍କର ମନମୋହୁଥିବା ମୋହନ ମାଝିଙ୍କ ପାଖରେ ପଡିଲେ ସମ୍ପୃକ୍ତ ଜେଇ ଙ୍କୁ ଉଚିତ ଦଣ୍ଡବିଧାନ ମିଳିବ ବୋଲି ହେଉଛି ଚର୍ଚ୍ଚା।