ଭୁବନେଶ୍ୱର : ଜୁନ ମାସରେ ନିଆଯିବ +2 ପରୀକ୍ଷା ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନରେ ସ୍ଥିତି ସୁଧୁରିଲେ ପରୀକ୍ଷା ନିଷ୍ପତି ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ପିଲାମାନେ ମାଟ୍ରିକ ପରୀକ୍ଷା ନଦିଅନ୍ତୁ ଓ ପରୀକ୍ଷା ବନ୍ଦ ହେଇଯାଉ ଏମିତି ଇଛା ରାଜ୍ୟ ସରକାରଙ୍କ ନଥିଲା । ଅବସ୍ଥା ଏପରି ହେଲା ଆମେ ବାଧ୍ୟ ହେଲୁ ବନ୍ଦ କଲୁ । କିନ୍ତୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ପାଠ ପଢ଼ାରେ ମନ ନିବେଶ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନ ପ୍ରଥମ ସପ୍ତାହରେ ସ୍ଥିତି ସୁଧୁରିଲେ ପରୀକ୍ଷା ନିଷ୍ପତି ହେବ । କାରଣ ସେଯାଏ ସେମାନେ ପାଠ ପଢିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ ପରୀକ୍ଷା ବନ୍ଦ ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି +2 ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ ଦାବୀରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।