କଳାହାଣ୍ଡି ଜିଲ୍ଲା ଜୁନାଗଡ଼ NAC ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଙ୍କ ବିରୋଧରେ ଆଜି ବିଜେଡ଼ିର ସମସ୍ତ ୧୦ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଗତ କରି ଭବାନୀପାଟଣା ରେ ଜିଲ୍ଲାପାଳ ଙ୍କୁ ଫେରାଦ ହେଇଛନ୍ତି । ଜୁନାଗଡ଼ NAC ରେ ସମୁଦାୟ ୧୨ଜଣ କାଉନସିଲର ରହିଥିବା ବେଳେ ୧୦ଜଣ ବିଜେଡ଼ି ଓ ୨ଜଣ ବିଜେପିର ରହିଛନ୍ତି । ତେବେ ଆଜି ଉପାଧ୍ୟକ୍ଷା ହିମାଦ୍ରି ନାଏକ ଙ୍କ ଉପସ୍ଥିତିରେ NAC ଅଧକ୍ଷ ମୁକେଶ ଅଗ୍ରୱାଲ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ରେଜୁଲେଶନ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଛନ୍ତି । ପ୍ରକାଶ ଯେ ଏଥି ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମୁନିଶିପାଲିଟି ରେ ମଧ୍ୟ ଅଧ୍ୟକ୍ଷା ସଂଯୁକ୍ତା ବେହେରା ଙ୍କ ବିରୋଧରେ ସର୍ବାଧିକ ବିଜେଡି ର 18 ଜଣ କାଉନସିଲର, ବିଜେପି ରୁ ଜଣେ ଓ କଂଗ୍ରେସ ରୁ ଜଣେ ସମୁଦାୟ ୨୦ ଜଣ ସମସ୍ତ କାଉନସିଲ ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବର୍ତ୍ତମାନ ଜୁନାଗଡ଼ NAC ରେ ଅସନ୍ତୋଷ ଦେଖା ଦେଇଛି ଏହାକୁ ନେଇ କଳାହାଣ୍ଡି ରାଜନୀତି କୁ ସର ଗରମ କରିଛି । ଜୁନାଗଡ଼ ଅଧ୍ୟକ୍ଷ ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ବିଜେଡ଼ିର କାଉନସିଲର ଏକ ଯୁଟ ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରି ଥିବା ଜୁନାଗଡ଼ NAC ଉପାଧ୍ୟକ୍ଷ। ପ୍ରକାଶ କରିଥିବା ବେଳେ ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।