ପୂଣ୍ୟ ଭୂମି ଉତ୍କଳର ପାହାଡ଼ ପର୍ବତର କନ୍ଦରରେ ବହୁ ପୁରାତନ ଓ ନୂତନ ଦେବାଳୟ ରହିଛି l ସେଥି ମଧ୍ୟରୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଜୀବନ ଖୋଲ ଆଶ୍ରମର ଶୈବପୀଠ ଅନ୍ୟତମ । ଏହା କଟକ ସମ୍ବଲପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପୋଡପଡା ଗ୍ରାମ ନିକଟରେ ଅବସ୍ଥିତ । ଢେଙ୍କାନାଳ ରୁ ଏହାର ଦୂରତା ୨୨ କିଲୋମିଟର ଏବଂ ପୂର୍ବତଟ ରେଳପଥ ର ହିନ୍ଦୋଳ ରୋଡ଼ ରେଲୱେ ଷ୍ଟେସନ ଠାରୁ ୪ କିଲୋମିଟର ହବ। ଏଠାରେ ପହଂଚି ରାଜପଥ ପାଶ୍ୱସ୍ଥ ମଣ୍ଡପ ଉପରେ ଦେବ ଦେବ ମହାଦେବଙ୍କ ବାହନ ବୃଷଭ ନିନ୍ଦିଶ୍ୱରଙ୍କୁ ଦୃଷ୍ଟିପାତ କଲେ ଦର୍ଶକଙ୍କର ମସ୍ତକ ଆପେ ଆପେ ନଇଁ ଯାଏ । ଏହି ଆଶ୍ରମଟି ଜୀବନ ଖୋଲ ନାମରେ ନାମରେ ନାମିତ ହେବାର ଏ ଅଞ୍ଚଳର ଜନସାଧାରଣ ବିଭିନ୍ନ ମତବ୍ୟକ୍ତ କରିଥାନ୍ତି । ଏହି ଆଶ୍ରମର ତିନି ଦକ୍ଷିଣ ଓ ପୂର୍ବ ପାହାଡ଼ରୁ ବହୁ ଉଚ୍ଚରେ ଥିବା କ୍ଷ୍ୟୁଦ୍ର ଖୋଲାରେ ଜଳ ରହୁଥିବାରୁ ତାହା ବନ୍ୟଜନ୍ତୁ ଓ ମଣିଷ ତୃଷ୍ଣାନିବାରଣ କରେ ତେଣୁ ଖୋଲଟି ଜୀବନ ଖୋଲ ନାମରେ ନାମିତ ହୋଇ ଥାଇ ପରେ। ଅନ୍ୟ ଏକ ଘଟଣାରୁ ଜଣା ପଡେ ଯେ ଜୀବନ ଖୋଲ ଆଶ୍ରମର ପାଦ ଦେଶରେ ଅବସ୍ଥିତ ପୋଡପଡା ଗ୍ରାମର ଯିବନା ନାମକ ଜଣେ କାଠୁରିଆ କାଠ ସଂଗ୍ରହ କରିବାକୁ ଯାଇ ଖୋଲାରେ ଜଳପାନ କରୁଥିବା ସମୟରେ ହିଂସ୍ରଜନ୍ତୁଙ୍କ ଆକ୍ରମଣରେ ମୃତ୍ୟବରଣ କରିଥିବାରୁ ତାହାର ନାମ ଅନୁସାରେ ଏହି ଖୋଲକୁ ଜୀବନ ଖୋଲ ବୋଲି କୁହାଯାଇଛି । ଜନଶ୍ରୁତି ଅନୁସାରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ହରିଭଜନ ଦାସ ନାମକ ଜଣେ ସାଧୁ କେଉଁ ଆଡୁ ଆସି ଏହି ଖୋଲ ର ନିଭୃତ କୋଳରେ ଆଶ୍ରୟ ନେଇଥିଲେ। ସେତେବେଳେ ସେଇ ଖୋଲଟିର ଆୟତନ ଅତି କ୍ଷୁଦ୍ର ଓ ବନ୍ଧୁର ଥିଲା। ତିନି ପାଖରେ ପାହାଡ଼ଟି ପ୍ରାଚୀର ସଦୃଶ ଘେରି ରହିଥିବାରୁ ଓ ତନ୍ମଧ୍ୟରେ ନିବିଡ଼ ଅରଣ୍ୟ ଯୋଗୁଁ ସ୍ଥାନଟି ଅନ୍ଧାରୁଆ ରହୁଥିଲା । ସ୍ଥାନ ଟି ହିଂସ୍ରଜନ୍ତୁ ଓ ସ୍ୱାପଦ ସଂକୁଳରେ ପରିପୂର୍ଣ୍ଣ ଥିଲା। ତଥାପି ସାଧୁ ହରିଭଜନ ଦାସ ଏହି ସ୍ଥାନରେ ଆଶ୍ରମ କରି ରହିଲେ । ବାବା ପ୍ରତେକ ଦିନ ଆଶ୍ରମରେ ଗୀତା ଭାଗବତ ଆଲୋଚନା କରନ୍ତି ଓ ଲୋକ ମାନଙ୍କୁ ଉପଦେଶ ଦିଅନ୍ତି । କ୍ରମେ କ୍ରମେ ଲୋକ ମାନେ ସାଧୁଙ୍କର ସଂସ୍ପର୍ଶରେ ଆସି ସେବାରେ ଲାଗିପଡିଲେ ଓ ଆଶ୍ରମ କାର୍ଯ୍ୟରେ ନିୟୋଜିତ ହେଲେ । ଓ ସେହି ସ୍ଥାନର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେଲା l ଯେତେବେଳେ ଆଜିର ଆଧୁନିକ ଯୁଗ ର କଳକୌଶଳ ବିଜ୍ଞାନ ର ଉପଚାର ରେ ସମତଳ ଭୂମି ରେ ସହ ସହ ମିଟର ଖନନ କଲେ ଜଳର ଆଶ୍ରମରେ ବର୍ତ୍ତମାନ ଯେଉଁ ସ୍ୱପ୍ନା ଦେଶ କୂପ ଅଛି ତାହା ସେତେବେଳେ ଖୋଲ ମଧ୍ୟରେ ଏକ କ୍ଷ୍ୟୁଦ୍ର ଗର୍ତ ପରି ଥିଲା। ସେଥିରେ ମାଠିଆଏ କିମ୍ବା ଦୁଇ ମାଠିଆ ଜଳ ରହୁଥିଲା । ତରୂଲତା ମାନଙ୍କ ର ପତ୍ର ଦ୍ୱାର ତାହା ଘୋଡେଇ ହୋଇ ଯାଉଥିଲା। ପତ୍ର ଗୁଡ଼ିକ ବାହାର କରି ସେଥିରେ ଜଳ ପାନ କରାଯାଉଥିଲା । ସାଧୁହରି ଭଜନ ଦାସଙ୍କ ଅନ୍ତେ ଆଶ୍ରମ ଟି ପଡିତ ହୋଇ ରହିଗଲା । ଜନସମାଗମ କମିଗଲା । କୌଣସ ଏକ ବ୍ୟକ୍ତି ଏହି ଜଳଭଣ୍ଡାରର ପାର୍ଶ୍ୱରେ ମଳତ୍ୟାଗ କରି ସେଥିରେ ଶୌଚ ହେବାରୁ ଜଳ ସ୍ରବିବା ବନ୍ଦ ହୋଇଗଲା ।
ପରବର୍ତ୍ତୀ ସମୟରେ ଅଂଚଳବାସୀ ମାନେ ସେଠାରେ ନାମ ଜଜ୍ଞକରିବାରୁ ପୁନର୍ବାର ଜଳ ଧୀରେ ଧୀରେ ଝରିଲା। ପରବର୍ତ୍ତୀ ସମୟରେ ସେଠାରେ ଏକ ମନ୍ଦିର ସ୍ଥାପନ ହେଲା ଯେଉଁ ମନ୍ଦିର ମହାଦେବ ଜୀବନେ ସ୍ୱରଙ୍କୁ ପୂଜା କରାଗଲା । ଓ ଲୋକ ମାନଙ୍କର ଜନ ସମାଗମ ଓ ଇଛାଶକ୍ତି ବଳରେ ସେହି ପବିତ୍ର ସ୍ଥାନ ରେ ବର୍ତ୍ତମାନ ପାକ ଶାଳା, ଜଜ୍ଞ ମଣ୍ଡପ, ବିଶ୍ରାମ ସ୍ଥଳ, ଏକ ବିରାଟ ହନୁମାନ ଙ୍କ ର ମୂର୍ତ୍ତି ସ୍ଥାପନ ହେଲା, ସ୍ଥାନ ଟିର ଲୋକ ପ୍ରିୟତା ପାଇଁ ଏବେ ସେଠାକୁ ଦେଶ ବିଦେଶ ରୁ ଲୋକ ମଧ୍ୟ ଭ୍ରମଣ କରିବାକୁ ଆସନ୍ତି ଅଂଚଳ ତଥା ରାଜ୍ୟ ବାହାରୁ ଲୋକ ମାନେ ସେଠାକୁ ଆସି ବିବାହ ବ୍ରତ ଘର ଆଦି କାର୍ଯ୍ୟ ସମ୍ପାଦନ କରନ୍ତି । ବାର ମାସରେ ତେରେ ପର୍ବ ଏଠାରେ ପାଳନ ହୁଏ। ଜୀବନ ଖୋଲ ସାଧୁସନ୍ଥ ଙ୍କର ଆଶ୍ରୟ ସ୍ଥଳୀ ତଥା ଭାଗବତ ସାଧନା ର ଏକ କେନ୍ଦ୍ରବିନ୍ଦୁ ତଥା ସଂସ୍କୃତିକ କାର୍ଯ୍ୟକ୍ରମ ର ଏକ ପ୍ରଧାନ ପୀଠ । ପର୍ଯ୍ୟଟକଙ୍କ ର ମନ ମୁଗ୍ଧକର ପର୍ଯ୍ୟଟନ ସ୍ଥାନ। ନଭଶ୍ଚୁ ମ୍ବି ମୁକୁଟ ମଣ୍ଡିତ ମଥରଗଡ଼ି ର ଗିରିଶୃଙ୍ଗ, ତରୂଲତା ର ବାତାବରଣ, ପ୍ରାତଃ ବାଳ ସୂର୍ଯ୍ୟ ଓ ସ୍ୱ।ୟଂକାଳ ର ଅସ୍ତାଚଳ,ଉଷା ଓ ସନ୍ଧ୍ୟା ର ମୃଦୁ ସମୀର, ସୁଦୂରେ ବ୍ରାହ୍ମଣୀ ର ଆବିଳ ଓ ସୁନୀଳ ଜଳ ର କୁଳୁକୁଳୁ ନାଦ ଓ ଖୋଲ ର ପ୍ରାକୃତିକ ଶୋଭା ଯେ ଅନୁଭବ କରିଛି ସେ କେବେ ଭୁଲି ପାରିବ ନାହିଁ, ସୃଷ୍ଟିର କେଉଁ ଯୁଗ ରୁ ମୁକସାକ୍ଷୀ ପରି ରହିଅଛି ଏହି ଜୀବନ ଖୋଲ ଆଶ୍ରମ। କିନ୍ତୁ ବର୍ତ୍ତମାନ ଅଂଚଳ ବାସୀ ଓ ସାଧୁସନ୍ଥ ମାନେ ସରକାର ଙ୍କୁ ନିବେଦନ କରିଛନ୍ତି ଯେ ଜୀବନ ଖୋଲ ଆଶ୍ରମ ଟି ଯଦି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଏ ତାହେଲେ ସେହି ସ୍ଥାନ ର ସମୃଦ୍ଧି ହେବ, ଏବଂ ପର୍ଯ୍ୟଟନ ସ୍ଥଳ ର ମାନ୍ୟତା ପାଇଲେ ସରକାରଙ୍କ ରାଜସ୍ୱ ମଧ୍ୟ ବୃଦ୍ଧିହବ । ତ ଦେଖାଯାଉ ଏହି ପ୍ରାକୃତିକ ଗନ୍ତା ଘର ଓ ଶବ୍ୟପୀଠ ଟିକୁଆମ ରାଜ୍ୟ ସରକାର ତଥା ରାଜ୍ୟ ସାଂସ୍କୃତିକ ବିଭାଗ ଓ ପର୍ଯ୍ୟଟନ ବିଭାଗ ଏହି ସ୍ଥାନ କୁ କେବେ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ କରୁଛନ୍ତି ।