କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକକୁ ସବଡ଼ିଭିଜନ ଦାବିକରି ଜନସାଧାରଣଙ୍କ ଦ୍ୱାରା କରାଯାଇଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ଏକ ୫ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନ କରିଥିଲେ। ଆଲୋଚନା ସମୟରେ ଲକ୍ଷ୍ମୀପୁର ତହସିଲରେ ଜମି ରେଜିଷ୍ଟ୍ରସନ ସହ ସବରେଜିଷ୍ଟ୍ର ଅଫିସ ଖୋଲାଯିବା, ଡାକ୍ତରଖାନାରେ ବେଡ଼ ସଂଖ୍ୟା ବଢ଼ାଇବା, ଅଲଟ୍ରାସାଉଣ୍ଡ ମେସିନ ସକାଶେ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି ଦେବା ଓ ସବଡ଼ିଭିଜନ ସକାଶେ ତ୍ୱରିତ ପଦକ୍ଷେପ ପାଇଁ ସରକାରଙ୍କ ଗୋଚରକୁ ଅଣାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରାଯାଇଥିଲା । ଆଲୋଚନା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ, ଏସପି, ଲକ୍ଷ୍ମୀପୁର ବିଡ଼ିଓ ତହସିଲଦାର, ଏସ୍ଡ଼ିପିଓ ପ୍ରମୁଖ ଉପସ୍ଥିତ ଥିଲେ।.