<h3>ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ପ୍ରକୃତି ରଚିଛି ତାଣ୍ଡବ | ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସହ ବନ୍ୟାଭଳି ପରିସ୍ଥିତି ସୃଷ୍ଟି କରିଛି | ପାଖାପାଖି ୨୦ ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି ଘର ଭୁଷୁଡି ପଡିଥିବା ଦେଖିବାକୁ ମିଳିଥିଲା | ସେପଟେ ୪ଦିନ ହେବ ବର୍ଷା ଥମିବାର ନାଁ ହି ଧରୁନି ଡୋଡା, ରିଆସି, କିଶତ୍ୱାର, ରାମବାନ ଏବଂ ବାରମୁଳା ସମେତ ଅନେକ ପାହାଡ଼ିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ଗତ ତିନି ଦିନ ହେବ ବନ୍ଦ ରହିଛି । ବନ୍ୟା କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେପଟେ ଏହି ବର୍ଷା ଓ ବନ୍ୟା ଯୋଗୁଁ ୩୩୬ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।</h3> <h3>କୁପୱାଡାରେ ଜଳ ସ୍ତର ହ୍ରାସ ପାଇବା ପରେ ଲୋକମାନେ ନିଜ ନିଜ ଘରକୁ ଫେରିଛନ୍ତି। ତଥାପି ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିପାରି ନାହି।ବିଭିନ୍ନ ଜିଲ୍ଲାରେ ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଛି। କଶ୍ମୀର ୟୁନିର୍ଭସିଟିରେ ୩୦ ଏପ୍ରିଲରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି।</h3>