ଏନ୍ଏନ୍ଏସ ଓଡିଆ, ଜାପାନ: ଜାପାନର ହକ୍କାଇଡୋ ଅଞ୍ଚଳରେ ଭୂକମ୍ପ । ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପ ଝଟକାରେ ଥରିଲା ଜପାନ । ଜାପାନର ହକ୍କାଇଡୋ ଅଞ୍ଚଳରେ ୬.୦ ମ୍ୟାଗ୍ନିଚୁ୍ୟଡର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇନଥିବା ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଜିଓ ସାଇନ୍ସ ପାଇଁ ଜର୍ମାନୀ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜାପାନର ହକ୍କାଇଡୋ ଅଞ୍ଚଳରେ ସ୍ଥାନୀୟ ସମୟ ସକାଳ ୫.୪୪ ରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୪୬ କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପରେ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସୁନାମି ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ଝଟକା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କୌଣସି ବିଲ୍ଡିଂ ଭୁଶୁଡିଥିବା ନେଇ ଖବର ମଧ୍ୟ ଆସିନାହିଁ ।ଏହା ପୂର୍ବରୁ ମେ ୫ ତାରିଖରେ ଜାପାନର ମଧ୍ୟ ଇଶିକାୱା ଅଞ୍ଚଳରେ ୬.୩ ତୀବ୍ରତାରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା ୪୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୩୭.୫୧ ଓ ଦ୍ରାଘିମା ୧୩୭.୩୮ ରହିଥିଲା । ଜାପାନ ନାଓଗାଁ ଠାରୁ ୨୬୨ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ । ସମସ୍ତେ ଘର ବାହାରକୁ ପଳାଇ ଆସିଥିଲେ । କିନ୍ତୁ ସୁନାମି ଆଲର୍ଟ ଜାରି କରାଯାଇନଥିଲା ।