ଏନ୍ଏନ୍ଏସ ଓଡିଆ, ମହାରଷ୍ଟ୍ର: ଜାତୀୟ ରାଜପଥରେ ଓଭରଟେକ ପଡିଲା ମହଙ୍ଗା । ଏହି ସମୟ ଅନ୍ତରାଳ ମଧ୍ୟରେ ବହୁ ଦୁର୍ଘଟଣା ହେଉଥିବା ବେଳେ, ଆଜି ଦେଖିବାକୁ ମିଳିଛି ଆଉ ଏକ ଦୁଘ ର୍ଚଣା । ଓଭରଟେକ କରୁଥିବା ବେଳେ ଦୁଇବସ ଧକ୍କା ।ଏକ ଟ୍ରକକୁ ଓଭରଟେକ କରିବା ପାଇଁ ଚେଷ୍ଟା କରୁଥିବା ବେଳେ, ଜାତୀୟ ରାଜପଥରେ ଧକ୍କାହେଲା ଦୁଇବସ । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୫ ଜଣ ଗୁରୁତର ହୋଇଛନ୍ତି । ଏପରି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଗତକାଲି ବିଳମ୍ବିତ ରାତିରେ ମହାରଷ୍ଟ୍ରର ବୁଲଧାନ ଜିଲ୍ଲାର ମାଲକାପୁର ସହରରେ ଘଟିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବସ୍ ତାର୍ଥ ଯାତ୍ରୀଙ୍କୁ ଧରି ଅମରନାଥରୁ ହିଙ୍ଗୁଳି ଅଭିମୁଖେ ଯାଉଥିବା ବେଳେ ଅନ୍ୟ ବସ୍ଟି ନାସିକ ଅଭିମୁଖେ ଯାଉଥିଲା । ଏହି ସମୟରେ ନାସିକ ଯାଉଥିବା ଏକ ବସ୍ଟି ଜାତୀୟ ରାଜପଥରେ ଏକ ଟ୍ରକକୁ ଓଭରଟେକ୍ କରିବା ଚେଷ୍ଟା କରୁଥିଲେ । କିନ୍ତୁ , ଉକ୍ତ ସମୟରେ ବସ୍ଚଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଏକ ବସ୍ ସହ ପିଟି ହୋଇ ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚô ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ମୃତ ଦେହକୁ ବସରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ, ପ୍ରାୟ ୨୫ରୁ ଅଧିକ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।