ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଏବଂ ପରମ୍ପରା ରହିଛି। ଆଜି ବି ଅନେକ ଜନଜାତି ଅଛନ୍ତି, ଯେଉଁମାନେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ମାନି ଚଳୁଛନ୍ତି। ତେବେ ଏପରି ଅନେକ ପରମ୍ପରା ଅଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏପରି ଏକ ଜନଜାତି ସମ୍ପର୍କରେ କହିବୁ । ଏହି ପରମ୍ପରା ଇଣ୍ଡୋନେସିଆର ତାନା ଟୋରୋଜାରେ ଦେଖିବାକୁ ମିଳେ । ଏଠାରେ ଲୋକମାନେ ନିଜ ପିଲାମାନଙ୍କର ଅନ୍ତିମ ସଂସ୍କାର ଅଦ୍ଭୁତ ଢଙ୍ଗରେ ଦେଇଥାନ୍ତି । ଏଠାରେ ପିଲାମାନଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ମୃତଦେହକୁ ଗଛ ଗଣ୍ଡିରେ କବର ଦିଅନ୍ତି । ଏଠାରେ ମୃତଦେହକୁ ଗଛ ଭିତରେ କବର ଦେବାର ପରମ୍ପରା ରହିଛି। କାରଣ ଏଠାକାର ବାସିନ୍ଦା ସାଧାରଣତଃ ବୃଦ୍ଧମାନଙ୍କର ଅନ୍ତିମ ସଂସ୍କାର କରନ୍ତି, କିନ୍ତୁ ପିଲାମାନଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ପରମ୍ପରା ପାଳନ କରିଥାନ୍ତି ।
ଏମାନେ ପିଲାମାନଙ୍କ ମୃତ୍ୟୁରେ ଶୋକ କରନ୍ତି ସତ, କିନ୍ତୁ ନିଜ ପିଲାମାନଙ୍କୁ ପ୍ରକୃତି ସହ ଯୋଡ଼ିଥା’ନ୍ତି। ଲୋକମାନେ ନିଜ ପିଲାକୁ ପ୍ରକୃତି ସହ ଯୋଡ଼ି ଗର୍ବ ଅନୁଭବ ମଧ୍ୟ କରିଥାନ୍ତି । ଇଣ୍ଡୋନେସିଆର ଏହି ଅଞ୍ଚଳରେ ଲୋକମାନେ ପିଲାଙ୍କ ଶବକୁ ଏହି ଉପାୟ କବର ଦେଇଥା’ନ୍ତି।ଏଠାକାର ଲୋକମାନେ ନିଜ ପିଲାମାନଙ୍କୁ କବର ଦେବା ପାଇଁ ଗଛ ଗଣ୍ଡିକୁ ଖୋଳ କରିଦିଅନ୍ତି। ଏହାପରେ ଶିଶୁର ମୃତଦେହକୁ କପଡ଼ାରେ ଗୁଡ଼ାଇ ଗୋଟିଏ ଗଛ ଗଣ୍ଡିରେ ରଖି ଦିଆଯାଏ । ଏହାଦ୍ବାରା ମୃତଦେହ ଧୀରେ ଧୀରେ ପ୍ରାକୃତିକ ଭାବେ ଗଛର ଏକ ଅଂଶ ହୋଇଯାଏ । ଲୋକମାନେ କୁହନ୍ତି ଯେ, ଏହି ଦୁନିଆରୁ ବିଦାୟ ନେବାପରେ ସେ ସର୍ବଦା ଏକ ଗଛ ରୂପେ ରହିଥାଏ। ସେମାନଙ୍କ ବିଶ୍ବାସ ଯେ, ଭଗବାନ ତାଙ୍କଠାରୁ ତାଙ୍କ ପିଲାକୁ ଛଡ଼ାଇ ନେଲେ ମଧ୍ୟ ଏହି ପରମ୍ପରା କାରଣରୁ ତାଙ୍କ ସନ୍ତାନ ତାଙ୍କଠାରୁ ଦୂରେଇ ଯାଆନ୍ତି ନାହିଁ। ପିଲା ସର୍ବଦା ତାଙ୍କ ପିତାମାତାଙ୍କ ସହିତ ରୁହନ୍ତି।