ମହା ଶିବରାତ୍ରି ଅବସରରେ ସନ୍ଦୀକେନ୍ଦୁ ଗ୍ରାମରେ ଜାଗର ଯାତ୍ରା ଉପଲକ୍ଷେ ଆୟୋଜିତ ଭଜନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ନଗରପାଳ ଶିବ ଶଙ୍କର ପଣ୍ଡା, ସାନମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ମାହାଙ୍କୁଡ଼ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ I ଅଂଚଳ ର ପ୍ରସିଦ୍ଧ ସଂଗୀତଜ୍ଞ ଜଗନ୍ନାଥ ପଟନାୟକ ଙ୍କ ସୁମଧୁର ଭଜନ ସମସ୍ତ ଙ୍କୁ ବିମୋହିତ କରିଥିଲା I ସେହିପରି ରାମନାନାମବାଡ଼ି ମନ୍ଦିର ରେ ଦୀପ ଯଜ୍ଞ ଅତ୍ୟନ୍ତ ଆକର୍ଷଣୀୟ ଥିଲା I ଖଜୁରୀ ପଲ୍ଲି ଶିବ ପିଠ ରେ ଆଖୁପଦର ରୁ ଆସିଥିବା ଭଜନ ଦଳ ଭଜନ ପରିବେଷଣ କରିଥିଲେ I ଭଗବାନପୁର ରେ ନାଟକ ହା କୃଷ୍ଣ ବୋଲି ଯାଉ ମୋ ଯିବ ମଞ୍ଚସ୍ଥ ହୋଇଥିଲା I ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଞ୍ଚ ଉଦଘାଟନ କରିଥିଲେ I ପୁଡ଼ୁଗେଶ୍ୱର ମନ୍ଦିର ରେ ସଂଗୀତଜ୍ଞ ଉମା ଶଙ୍କର ଦାସ, ଶିଶିରକାନ୍ତ ଦାସ, ଜଗବନ୍ଧୁ ଦାସ ଙ୍କ ତରଫରୁ ଭଜନ ପରିବେଷଣ ହୋଇଥିଲା I