ଭୁବନେଶ୍ଵର: ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି ସିଆରୟୁଟି ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି। ଶିବଭକ୍ତମାନଙ୍କ ସୁବିଧା ପାଇଁ ବରମୁଣ୍ଡାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୁଟ ନଂ ୩୨ ବସ ସେବା ମଧ୍ୟ ରାତ୍ରି ଯାଏଁ ଚାଲିବ। ଏ ନେଇ ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ବସ ଚଳାଚଳ ହେତୁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବାର ଦର୍ଶନ କରି ସୁବିଧାରେ ଫେରିପାରିବେ ।