ମହାନ ବିପ୍ଲବୀ ସହିଦ ଭଗତ ସିଂ ଙ୍କ ସ୍ମରଣ ଦିବସ ଏବଂ ରାଜ୍ୟ ସାମ୍ବାଦିକ ସଂଘ (ଏସ ୟୁ ଜେ ) ଓଡିଶା ସହବନ୍ଧିତ ଜ଼ିଲ୍ଲା ସାମ୍ବାଦିକ ସଂଘ(ଡି ୟୁ ଜେ ) ଜଗତସିଂହପୁର ର ଚତୁର୍ଥ ବାର୍ଷିକ ସାଙ୍ଗଠନିକ ସମ୍ମିଳନୀ ସ୍ଥାନୀୟ ନିମାଇଁ ଭବନ ପରିସରରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଶାନ୍ତ କୁମାର ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଯୋଗଦେଇ ପ୍ରଦୀପ୍ ପ୍ରଜ୍ବଳନ କରି ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଚତୁର୍ଥ ବାର୍ଷିକ ଉଛବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତାଭାବେ ରାଜ୍ୟ ସମ୍ବାଦିକ ସଂଘ (ଏସ ୟୁ ଜେ )ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ |ସ୍ୱତନ୍ତ୍ର ଅତିଥିଭାବେ ରାଜ୍ୟ ସାମ୍ବାଦିକ କଲ୍ୟାଣ ପଣ୍ଠି ଅଧକ୍ଷ୍ୟ ଗଗନ ବିହାରୀ ସାହୁ | ବିଶିଷ୍ଟ ଅତିଥିଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ସଂମ୍ମାନିତ ବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ | ସଂମ୍ମାନିତ ଅତିଥିଭାବେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂ | ବିଶେଷ ଅତିଥିଭାବେ ରାଜ୍ୟ ସାମ୍ବାଦିକ ସଙ୍ଘ(ଏସ ୟୁ ଜେ )ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ | ସଂମ୍ମାନିତ ଅତିଥିଭାବେ ରାଜ୍ୟ ସାମ୍ବାଦିକ ସଂଘ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ପାଢୀ |କଟକ ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ | ଏହା ପରେ କ୍ରିଷ୍ଣା କଲଚରାଲ ଗ୍ରୁପ ଦ୍ୱାରା ସ୍ୱାଗତ ସଂଗୀତ ପାରିବେଷିତ ହୋଇଥିଲା | ଜଗତସିଂହପୁର ଜ଼ିଲ୍ଲା ରେ ଦିବଂଗତ ସାମ୍ବାଦିକ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା | ବରିଷ୍ଟ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଜ଼ିଲ୍ଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ବାର୍ଷିକ ବିବରଣୀ ପ୍ରଦାନ କରିବା ପରେ ମଞ୍ଚାସିନ ଅତିଥି ଏବଂ ଉପଦେଷ୍ଟା ମଣ୍ଡଳୀ କର୍ମକର୍ତା ମାନଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ, ସ୍ମୁତି ଫଳକ ପ୍ରଦାନ କରାଯାଇଥିଲା | ଜ଼ିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ )ର ସମସ୍ତ ସଦସ୍ୟ ମାନଙ୍କୁ ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ, ଉତ୍ତରୀୟ, ସହିତ ସଂଘ ର ପରିଚୟ ପତ୍ର ପ୍ରଦାନ କରିଥିଲେ | ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ନାୟକ କାର୍ଯ୍ୟରତ ସମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଶେଷରେ ଜ଼ିଲ୍ଲା ସାମ୍ବାଦିକ ସଂଘ(ଏସ ୟୁ ଜେ )ଜଗତସିଂହପୁର ପକ୍ଷରୁ ସମାଜ ରେ ଉଲେଖନୀୟ କାର୍ଯ୍ୟ ପାଇଁ ପୂର୍ବତନ ପୌର ପରିଷଦ ଅଧକ୍ଷ୍ୟ ମଧୁ ସୁଦନ ସାହୁ, କ୍ରିଷ୍ଣା ଦତ୍ତ, ସୋମ୍ୟ ରଞ୍ଜନ ନାୟକ ଙ୍କୁ ଜ଼ିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷରେ ଜ଼ିଲ୍ଲା ସାମ୍ବାଦିକ ସଂଘ (ଡି ୟୁ ଜେ )ର କାର୍ଯ୍ୟକାରୀ ସଭାପତି ତପନ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ | ଜ଼ିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ |