<h3>ମୟୂରଭଞ୍ଜ,୩୦/୦୪/୨୪: ଜଳୁଛି ଶିମିଳିପାଳ । ନିଆଁ ଲିଭୂଛି ଯେତେ ଲାଗୁଛି ଅଧିକ । ଆଉଟୁ ପାଉଟୁ ହେଉଛନ୍ତି ବନ୍ୟଜନ୍ତୁ । ଚିନ୍ତାରେ ବନବିଭାଗ ଏବଂ ଜିଲ୍ଲାବାସୀ । ଶିମିଳିପାଳ ଅଭୟାରଣ୍ୟ ସମେତ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଚିନ୍ତା ଜନକ ହୋଇପଡିଛି । ରାଜ୍ୟର ତାପମାତ୍ରା ସାଧାରଣ ଲୋକଙ୍କୁ ଯେତିକୁ ହନ୍ତସନ୍ତ କରୁଛି ତାଠାରୁ ଅଧିକ ହନ୍ତସନ୍ତ ହେଉଛନ୍ତି ବନ୍ୟଜୀବଜନ୍ତୁ । ଗୋଟିଏ ପଟେ ପ୍ରଚଣ୍ଡ ଖରାର ତାତି ଥିବା ବେଳେ ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡ଼ି ଚାଲିଛି । ସୋମବାର ପୁଣି ଶିମିଳିପାଳର ୩୫ଟି ପଏଣ୍ଟରେ ଲାଗିଛି ନିଆଁ। ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଦିନବେଳେ ନିଆଁ ଲାଗିବା ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ବନବିଭାଗ କର୍ମଚାରୀଙ୍କ ସହିତ ଓଡ୍ରାଫ ଟିମ୍ ସାମିଲ ହୋଇଛନ୍ତି । ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ବହୁ ମୂଲ୍ୟବାନ ଗଛ ସହ ଔଷଧୀୟ ଗଛ ଏବେ ବିପଦରେ । ଶିମିଳିପାଳ ଅଭୟାରଣ୍ୟରେ ୨୮୪ଟି ସ୍ଥାନରେ ସଚେତନତା କାର୍ୟ୍ୟକ୍ରମ ସତ୍ତ୍ୱେ ନିଆଁକୁ ରୋକି ପାରୁନି ବନବିଭାଗ । ନିଆଁ ଲିଭାଇବା ପାଇଁ ପାଖାପାଖି ୩୦୦ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ୧ ହଜାରରୁ ଅଧିକ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ତଥାପି ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରୁନି । ନିଆଁର ପ୍ରକୋପ ଏତେ ମାତ୍ରାଧିକ ରହିଛି ଯେ ଅନେକ ଦୂରକୁ ଏହା ସ୍ପଷ୍ଟ ଦେଖାଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ବହୁ ମୂଲ୍ୟବାନ ଗଛ ସହିତ ଜୀବଜନ୍ତୁଙ୍କ ଜୀବନ ଏବେ ବିପଦରେ । କିଛିଦିନ ହେଲା ଜଙ୍ଗଲ ଜଳୁଥିଲେ ସୁଦ୍ଧା ବନବିଭାଗର ବହୁଚେଷ୍ଟା ସତ୍ତ୍ୱେ ଆୟତ୍ତକୁ ଆସୁନି ନିଆଁ । ତେବେ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ରାଜ୍ୟରେ ଜଙ୍ଗଲ ନିଆଁ ଉଗ୍ରରୂପ ନେଉଥିବାରୁ ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ। ଆଗକୁ ତାତି ବଢ଼ିବା ସହ ଜଙ୍ଗଲ ନିଆଁ ଆହୁରି ବ୍ୟାପକ ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ । ତେବେ ନିଆଁ ଯୋଗୁଁ ଅଶାନ୍ତ ଶିମିଳିପାଳ ଅସୁରକ୍ଷିତ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ବାଇଟ୍-</h3>