ଆମେରିକା ଲସ୍ ଏଞ୍ଜଲିସରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ଜନ ବସତି ଆଡକୁ ମାଡି ଆସିଲାଣି ନିଆଁ । ବହୁ ଆବାସିକସ୍ଥଳ ଓ ଦୋକାନ ବଜାର ନଷ୍ଟ ହୋଇଯାଇଛି । ୧୫ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଗଲାଣି । ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡି ପଳାଉଛନ୍ତି। ଜୋର୍ ପବନ ବହିବା ଯୋଗୁଁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି । ହଲିଉଡ୍ ହିଲ୍ସରେ ଲାଗିଥିବା ନୂଆ ସନ୍ସେଟ୍ ଫାୟାର ୨୦ ଏକର ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାପିଗଲାଣି । ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଏଠାରେ ସ୍କୁଲ ବନ୍ଦ କରିଦିଆଯାଇଛି । କେବଳ ସେତିକି ନୁହେଁ ନିଆଁ ଯୋଗୁଁ ଉଡାଣ ପ୍ରଭାବିତ ହୋଇଛି । ବିମାନକୁ ଅବତରଣ କରିବା ସମୟରେ ସମସ୍ୟା ସାମ୍ନା କରିବାକୁ ପଡୁଛି । ଧୂଆଁ ଯୋଗୁଁ ଭିଜିବିଲିଟି କମ୍ ହୋଇଛି । ଏଲନ ମସ୍କ ଏକ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ସବୁ ପୋଡିଯାଉଥିବାର ଦେଖିବାକୁ ମିଳିଛି । ଭିଡିଓକୁ ଏକ କାରରୁ ସୁଟ୍ କରାଯାଉଛି । ସମୁଦ୍ର କୂଳରେ ପବନ ଜୋରରେ ହେବା ଯୋଗୁଁ ନିଆଁ ବ୍ୟାପିବାରେ ଲାଗିଛି । କାଲିଫର୍ଣ୍ଣିଆ ଜଙ୍ଗଲରୁ ନିଆଁ ବ୍ୟାପି ଶତାଧିକ ଘର ଜଳି ଛାରଖାର ହୋଇଯାଇଛି। ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଏଥିସହ ନିଆଁ ବ୍ୟାପିବା ଯୋଗୁ ଏକ ହଜାରରୁ ବି ଅଧିକ ଘର ଜଳି ଯାଇଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୬,୦୦୦ ଏକରରୁ ଅଧିକ ଜଙ୍ଗଲ ଜଳି ଛାରଖାର ହୋଇଯାଇଛି । ୫ ହଜାର ଏକରରୁ ଅଧିକ ଜମିକୁ ନିଆଁ ବ୍ୟାପିଛି । ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ୱାଇଲ୍ଡ ଫାୟାର ଇମର୍ଜେନ୍ସୀ ଘୋଷଣା କରିଛି କାଲିଫର୍ଣ୍ଣିଆ । ନିଆଁର ମୁକାବିଲା ପାଇଁ ଅବସରପ୍ରାପ୍ତ ଫାୟାର ଫାଇଟରଙ୍କୁ କଡାଯାଇଛି । ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା । ପ୍ରବଳ ପବନ ବହିବା ହେତୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ୫ ହଜାର ଏକରରୁ ବି ଅଧିକ ଜମିରେ ଏହି ନିଆଁ ବ୍ୟାପିଛି। ଏଥିଯୋଗୁ ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଏକ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି। ନିଆଁ ବ୍ୟାପିବା ଫଳରେ ହଲଉଡ ଷ୍ଟାର୍ ସମେତ ଅନେକ ଲୋକମାନେ ତୋପାଙ୍ଗା କାନ୍ୟନ୍ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ରାସ୍ତାରେ ଯିବା ବେଳେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ସେମାନଙ୍କ କାର୍ ଛାଡ଼ି ଦୌଡ଼ିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି।