ବୁଧବାର ସକାଳୁ ଜମ୍ମୁ-କଶ୍ମୀରର ରାଜୌରି ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ସେନାର ଦୁଇ କ୍ୟାପଟେନ୍ଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି।
ସହିଦ ହୋଇଥିବା ଯବାନମାନେ ହେଲେ ୬୩ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ଏମଭି ପ୍ରାଞ୍ଜଲ, ୯ ପାରାର କ୍ୟାପଟେନ ଶୁଭମ ଓ ହାବିଲଦାର ମାଜିଦ। ଚତୁର୍ଥ ଯବାନଙ୍କ ପରିଚୟ ଏୟାଏଁ ମିଳିପାରିନାହିଁ। ୯ ପାରାର ସୈନିକମାନେ କ୍ୟାପଟେନ୍ ପ୍ରାଞ୍ଜଲଙ୍କୁ ବାହାର କରିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ, କିନ୍ତୁ ସେମାନେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ, ଯାହା ସଙ୍ଖ୍ୟାରେ ପାଞ୍ଚ କିମ୍ବା ଛଅ ବୋଲି ବିଶ୍ୱାସ କରାଯାଉଥିଲା।
୯ ପାରାର ଆହତ ମେଜରଙ୍କୁ ଉଧମପୁରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ସୁସ୍ଥ ଥିବା ଜଣାପଡିଛି।
ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି, ଯଦିଓ ତାଙ୍କ ମୃତଦେହ ଏର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ।