ଜବରଦଖଲ ଉଚ୍ଛେଦ ବିଜ୍ଞପ୍ତିକୁ ପ୍ରତ୍ୟାହାର ଦାବିରେ ବିଶାଳ ଜନ ସମାବେଶ, କଳାହାଣ୍ଡି ଜିଲ୍ଲାପାଳ ଅଫିସ ଘେରାଉ କଲା ଜନମ୍ ମାଟି ସୁରକ୍ଷା ସମିତି . ଭବାନୀପାଟଣା ସହରରେ ରହୁଥିବା ଅନେକ ବସ୍ତି ବସିନ୍ଦା ମାନେ ସରକାରୀ ଜମିରେ ରହୁଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଆଜି କଳାହାଣ୍ଡି ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ବିଭିନ୍ନ ସାହିରୁ ରାଲିରେ ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବିଜେଡ଼ି ସରକାର ବିଭିନ୍ନ ସମୟରେ ଜାଗା ମିଶନ, ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଲୋକଙ୍କୁ ଜାଗା ଦେବାକୁ ନିଷ୍ପତ୍ତି ନେଇଥିଲେ. କିନ୍ତୁ ବର୍ତ୍ତମାନର ସରକାର ସରକାରୀ ଜାଗାରୁ ଲୋକଙ୍କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତିକୁ ବିରୋଧ କରିବା ସହ ଏହାକୁ ପ୍ରତିବାଦ କରି ଜନମ ମାଟି ସୁରକ୍ଷା ସଂଗ୍ରାମ ଶମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।