<h3>ଟାଙ୍ଗୀ,୨୭/୦୪/୨୪: ଦିନ ଦ୍ୱିପ୍ରହରରେ ବେଧଡକ କଟା ହେଉଛି ବେଆଇନ ମାଙ୍କଡା ପଥର । ସ୍ଥାନୀୟ ନେତା, ପ୍ରଶାସନ ଓ ମାଫିଆଙ୍କ ମିଳିତ ଉଦ୍ୟମରେ ଚାଲିଛି ଏହି ବେଆଇନ କାର୍ଯ୍ୟକଳାପ । ଏପରି ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ଅନ୍ତର୍ଗତ ମଣିଆ ଗ୍ରାମରେ । ମଣିଆ ଗ୍ରାମର ଜଙ୍ଗଲ ଜମି , ଗୋଚର ଜମି ,ଚାଷ ଜମିରେ ମାଫିଆମାନେ କାଟି ଚାଲିଛନ୍ତି ପଥର ।ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ। ତେବେ ଅଭିଯୋଗ ପରେ ଗୁରୁବାର ଦିନ ଖଣି ବିଭାଗର ବିଭାଗୀୟ ଅଧିକାରୀ ଉକ୍ତ ବେଆଇନ ଖଣିରେ ଚଢ଼ାଉ କରି ଦୁଇଟି ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଜବତ କରିଛି।ଯାଞ୍ଚ ହେବା ପରେ ଜବତ ଟ୍ରକଟି ଚେୟାରମେନ ପ୍ରତିନିଧିଙ୍କର ବୋଲି ଜଣାପଡିଛି ।ଉକ୍ତ ଗାଡି ଗୁଡ଼ିକର ଫିଟନେସ ,ଟ୍ୟାକ୍ସ ଓ ଇନ୍ସୂରାନ୍ସ ମଧ୍ୟ ନାହିଁ। ଖଣି ଅଧିକାରୀ ଏହି ଗାଡି ଦୁଇଟିକୁ ଜବତ କରି ଟାଙ୍ଗୀ ଥାନାରେ ରଖିଛନ୍ତି।</h3>