ଲ୍ୟାଣ୍ଡ ବ୍ୟାଙ୍କ ସ୍କିମରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ଲାଗି ନୂଆଗାଁରେ ଜନଶୁଣାଣୀ। ଜମି ଦେବାକୁ ରୋକ ଠୋକ ମନା କଲେ ଗ୍ରାମବାସୀ l ପ୍ରଶାସନ ଓ ଇଡ଼କୋ ତରଫରୁ ପୂର୍ବରୁ ଶିଳ୍ପ ପ୍ରତିଷ୍ଠା ପାଇଁ କରାଯାଇଥିବା ଜମି ଅଧିଗ୍ରହଣ ସମୟରେ ଦିଆଯାଇଥିବା ପ୍ରତିଶୃତି କୁ ପାଳନ କରିନାହାନ୍ତି ବୋଲି ଅଭିଯୋଗ ଆଣିବା ସହିତ ଗ୍ରାମବାସୀମାନେ ପୂର୍ବରୁ ନିଜର ପିଢ଼ି ପିଢ଼ି ଧରି ପାନବରଜ, କାଜୁଚାଷ ଓ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବା ଜମିକୁ ଜିନ୍ଦଲ କମ୍ପାନୀ କୁ ଦେଇଥିବା ବେଳେ ବାକି ରହିଥିବା କିଛି ଜମିକୁ ବର୍ତମାନ ଲ୍ୟାଣ୍ଡବ୍ୟାଙ୍କ ସ୍କିମ ରେ ଅଧିଗ୍ରହଣ କରିବାକୁ ଜନଶୁଣାଣୀ କରୁଛନ୍ତି l ଯଦି ଏହି ଜମିକୁ ଆମେ ପ୍ରଦାନ କରିବୁ ତେବେ ଆମର ଆଗାମୀ ପିଢ଼ି ଙ୍କ ପାଖରେ ଜମି ଶୂନ୍ୟ ହୋଇପଡିବ l ବିଗତ ଦିନରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ପ୍ରଦାନ କରିଥିବା ଜମିର ପ୍ରାପ୍ୟ ମଧ୍ୟ ପାଇନାହୁଁ l ଯାହା ଯାଇଛି ଆଉ ଜମି ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧାସଳଖ ନୂଆଗାଁ ଗ୍ରାମବାସୀ ଜନଶୁଣାଣୀ ରେ ଶୁଣାଇ ଦେଇଛନ୍ତି l ତେବେ ଆଜିର ଜନଶୁଣାଣୀ ସଫଳ ହୋଇଥିବା ନେଇ ଉପସ୍ଥିତ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଛନ୍ତି l ଗ୍ରାମବାସୀ ରଖିଥିବା ମତ ଆମେ ଜିଲ୍ଲାପାଳ ଙ୍କ ଜରିଆରେ ସରକାର ଙ୍କୁ ଜଣାଇବା ପରେ ପରବର୍ତୀ ପର୍ଯ୍ୟାୟରେ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି l ତେବେ ଏହି ଜନଶୁଣାଣୀ ଶିବିର ରେ ନୂଆଗାଁ ଗ୍ରାମବାସୀ ଶାନ୍ତିପୂର୍ଣ ଭାବରେ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l