ଷ୍ଟକ୍ ଚର୍ ଉପରେ ଠିକା ଶ୍ରମିକ ତ କାମ କରୁଛନ୍ତି ଆପଣ ମାନେ ଦେଖୁଥିବେ ଏଥିରେ ଅସୁବିଧା କେଉଁଠି ରହିଲା, ଆଜ୍ଞା ଭଲ କରି ଏ ଭିଡିଓ ଟା ଦେଖନ୍ତୁ ଆପଣ ମାନେ ଜାଣିପାରିବେ, ବିଦ୍ୟୁତ୍ ଠିକା ଶ୍ରମିକ ମାନେ କିପରି ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି I ବିନା ସେଫଟି ବେଲ୍ଟ୍ ରେ ଅସୁରକ୍ଷିତ ଭାବେ କାମ କରୁଛନ୍ତି ଏଥି ପ୍ରତି କାହାର ଦୃଷ୍ଟି ପଡୁନି I ଏଭଳି ଅଭାବନୀୟ ଘଟଣା ଘଟିଛି ଇଷ୍ଟ୍ କୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ ଡିଭିଜନ ର ରେତଙ୍ଗ ସେକ୍ଟର ଇଲେକ୍ଟ୍ରିକାଲ୍ ଡିପାର୍ଟମେଣ୍ଟ ରେ I ରେଲୱେ ପ୍ରଶାସନ ସବୁବେଳେ ବଡ଼ବଡ଼ କାର୍ଯ୍ୟ କୁ ସୂଚାରୁ ରୂପେ ତୁଲାଉ ଥିବା ବେଳେ ଏପରି ଛୋଟ କାର୍ଯ୍ୟ ପ୍ରତି କେମିତି ନଜର ପଡୁନି I ଠିକା ଶ୍ରମିକ ପ୍ରତି ଅବହେଳା କରାଯାଉନି ତ I ଯଦି ଭବିଷ୍ୟତରେ ବିଦ୍ୟୁତ୍ ଠିକା ଶ୍ରମିକ ଟି କୌଣସି କାରଣ ବଶତଃ ଷ୍ଟକ୍ ଚର ରୁ ଗଳି ପଡି ସେ ମୃତ୍ଯୁବରଣ କରେ ସେଇଥି ପାଇଁ କିଏ ଦାୟୀ ରହିବ ଠିକାଦାର ନା ରେଲୱେ ପ୍ରଶାସନ I ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ବିନା ସେପ୍ଟି ବେଲ୍ଟ୍ ରେ କାର୍ଯ୍ୟ କରିବାକୁ ଅନୁମତି ଦେଲା ସେମାନଙ୍କୁ କିଏ ଦେଲା I ସେକ୍ଟର ରେ କଣ ସୁପର ଭାଇଜର କିମ୍ବା କୌଣସି ରେଲୱେ ଅଫିସର ସେମାନଙ୍କ କାର୍ଯ୍ୟ କୁ ଠିକ୍ ଭାବେ ତଦାରଖ କରୁନାହାଁନ୍ତି କି I ଯଦି ସେମାନେ ତାଙ୍କର କାର୍ଯ୍ୟ କୁ ଠିକ୍ ଭାବେ କରୁଛନ୍ତି ତାହେଲେ ଏଭଳି ଅଭାବନୀୟ ଘଟଣା ଘଟୁଛି କଣ ପାଇଁ I ଏ ବାବଦରେ ସୁପରଭାଇଜର ବିଶ୍ୱାମ୍ବର ଲେଙ୍କା ଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ତୁ ତୁ ମେ ମେ ହେଇଥିଲେ, ଏଥି ପ୍ରତି ରେଲୱେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ I