କରୋନା ରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ଶବଦାହ ପାଇଁ ସ୍ଵତନ୍ତ୍ର ଶ୍ମଶାନ ପାଇଁ ଦାବୀ କରୋନା ର ଦ୍ଵିତୀୟ ଲହରୀ ଦିନ କୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଏବଂ ଖୋର୍ଦ୍ଧା ଜିଲ୍ଲା ରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି I କରୋନା ସଂକ୍ରମଣ ଯୋଗୁଁ ଅନେକ ଲୋକ ପ୍ରାଣ ମନ୍ଧ୍ୟ ହରାଉଛନ୍ତି , କରୋନା ସଂକ୍ରମଣ ରେ ମୃତ୍ୟୁବରଣ କରୁଥିବା ଲୋକ ମାନଙ୍କ ଶବଦାହ ପାଇଁ ଜଟଣୀ ରେ ଦେଖା ଦେଇଛି ଉତ୍ତେଜନା I ଜନସାଧାରଣ ଙ୍କ କହିବା ଅନୁଯାୟୀ ଜଟଣୀ ରେ କରୋନା ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ସ୍ଵତନ୍ତ୍ର ଶ୍ମଶାନ ନାହିଁ I କରୋନାରେ ମୃତ୍ୟୁବରଣ କରୁଥିବା ଲୋକ ମାନଙ୍କ ଶବଦାହ ଆମ ଗ୍ରାମରେ କରେଇ ଦବୁ ନାହିଁ I ଏହି ସବୁ ସମସ୍ୟା କୁ ନେଇ ଆଜି ଜଟଣୀ ନାଗରିକ କମିଟି ପକ୍ଷରୁ ଏକ ଦାବୀ ପତ୍ର ଜଟଣୀ ତହସିଲଦାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦିଆଯାଇଛି Iଏଥି ପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେବା ସହ ଯଥା ଶୀଘ୍ର ଜନବସତି ଠାରୁ ଦୂରରେ ଏକ ଶ୍ମଶାନ ପାଇଁ ସ୍ଥାନ ନିରୂପଣ କରିବା ସହ ଏହାର ଚାରିପଟେ ବ୍ୟାରିକେଡ କରି ଶବଦାହ କରାଯାଉ ବୋଲି ନାଗରିକ କମିଟି ଦାବୀ କରିଛି I ଏହାର ସମସ୍ୟା ର ତୁରନ୍ତ ସମାଧାନ କରାଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି I