ରାୟଗଡା : ପାହାଡକୁ ପାହାଡ ବ୍ୟାପୁଛି ନିଆଁ । ଜଳୁଛି ଗୁମ୍ମା ସଂରକ୍ଷତ ଜଙ୍ଗଲର ଏକର ଏକର ସମ୍ପତ୍ତି । ନିଆଁକୁ କାବୁ କରିବାରେ ବିଫଳ ହେଉଛିକି ବନ ବିଭାଗ । ପାହଡରୁ ପାହଡକୁ ଡେଉଁଛି ନିଆଁ, ଯେଉଁଥି ପାଇଁ ଜଳି ଗଲାଣି ମୂଲ୍ୟବାନ ଗଛ ! ତେବେ ଏ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବନାଞ୍ଚଳ ଅଧିନରେ ରହିଥିବା 17ଟି ସଂରକ୍ଷିତ ଓ 23ଟି ପ୍ରସ୍ତାବିତ ସଂରକ୍ଷିତ 326 ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ । ଗତ 3ଦିନ ହେବ ଜଙ୍ଗଲ ଜଳିବାର ଦୃଶ୍ୟ , ରାସ୍ତାକୁ ଦିଶୁଛି ହେଲେ ବନବିଭାଗ ସାଜିଛି ନିରବ ଦ୍ରଷ୍ଟା । ସୂଚନା ମୁତାବକ 900 ବର୍ଗ କିଲୋମିଟର କ୍ଷେତ୍ର ବିଶିଷ୍ଟ ରାୟଗଡା ବନାଞ୍ଚଳରେ ଚଳିତବର୍ଷ 3 ମାସ ମଧ୍ୟରେ 900 ବର୍ଗ କିଲୋମିଟର କ୍ଷେତ୍ର ବିଶିଷ୍ଟ ରାୟଗଡା ଜଙ୍ଗଲରେ ମୋଟ ଛୋଟ ବଡ କରି 278ଟି ପଏଣ୍ଟରେ ନିଆଁ ଲାଗିଥିବା ଓ.ଏଫ୍.ଏମ୍.ଏସ୍ ସାଟେଲାଇଟ୍ ପୋଟାଲରୁ ଜଣାପଡିଛି । ମୁଖ୍ୟତ ମାର୍ଚ୍ଚ 15 ତାରିଖରୁ ଏପ୍ରିଲ 10 ତାରିଖ ମଧ୍ୟରେ 66ଟି ସ୍ଥାନରେ ନିଆଁର ପ୍ରକୋପ ଭୟଙ୍କର ରହିଛି । ତେବେ ଜଙ୍ଗଲରେ ନିଆଁ କିପରି ଓ କାହିଁକି ଲାଗିଥାଏ । ତେବେ ପରିବେଶ ପ୍ରତି ଯେତିକି ସରକାର, ବନବିଭାଗ ସଚେତନ ରହିବାର ଆବଶ୍ୟକତା ରହି ସେତିକି ସାଧାରଣ ଜନତାକୁ ଏଥିପ୍ରତି ଧ୍ୟାନ ଦେବାର ମଧ୍ୟ ଆବଶ୍ୟକତା ଜରୁରୀ ।