ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ବଦଳିକୁ ନେଇ ବିରୋଧ ପ୍ରଦର୍ଶନ କଲେ ଗଡ଼କୁଜଙ୍ଗ ପଞ୍ଚାୟତ ବାସି l ପୋସ୍କୋ ପ୍ରକଳ୍ପ ଠାରୁ ଜିନ୍ଦଲ ପ୍ରକଳ୍ପ ପର୍ଯ୍ୟନ୍ତ ସବୁ ସମସ୍ୟା ରେ ସଂଗ୍ରାମ କେଶରୀ ମହାପାତ୍ର ଅବଗତ ରହିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ସାଧାରଣ ଜନତା ଙ୍କ ସାଥିରେ ରହିଥିବା ନେଇ ପ୍ରକାଶ କରିଛନ୍ତି ଗଡ଼କୁଜଙ୍ଗ ଗ୍ରାମପଞ୍ଚାୟତ ବାସି l ଜିନ୍ଦଲ ପ୍ରକଳ୍ପ ନିଜର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ବିସ୍ଥାପିତ ଙ୍କ ଠାରୁ ସାଧାରଣ ଜନତା ଙ୍କର ସମସ୍ତ ସମସ୍ୟା ର ଉତ୍ତରଦାୟୀ ହେବା ନିମିତ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରତିଶୃତିବଦ୍ଧ ଥିଲେ l ତେବେ ଗତକାଲି ଅଚାନକ ଭାବରେ ଜିଲ୍ଲାପାଳ ଙ୍କ ବଦଳିକୁ ବିରୋଧ କରିବା ସହିତ ଆଗାମୀ ସମୟରେ ପ୍ରକଳ୍ପ ସ୍ଥାପିତ ହେଲେ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ଗଡ଼କୁଜଙ୍ଗ ପଞ୍ଚାୟତ ର ଶତାଧିକ ବୁଦ୍ଧିଜିବି ଓ ସରପଞ୍ଚ l ବିଗତ ଦିନରେ ସ୍ଥାନୀୟ ଅଞ୍ଚଳରୁ ପୋସ୍କୋ ପ୍ରକଳ୍ପ ବାତିଲ ହେବପରେ ଜିନ୍ଦଲ ପ୍ରକଳ୍ପ ସ୍ଥାପନ ନେଇ ଅନେକ ବିରୋଧ ସତ୍ୱେ ଜିଲ୍ଲାପାଳ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଗଡ଼କୁଜଙ୍ଗ ଠାରେ ଜନଶୁଣାଣୀ ସଫଳ ହେବା ସହିତ ଜିନ୍ଦଲ ପ୍ରକଳ୍ପ ସ୍ଥାପନ ନେଇ ଜିଲ୍ଲାପାଳ ଙ୍କ ଉଦ୍ୟମ ସଫଳ ହୋଇଥିଲା ।ତେବେ ବର୍ତମାନ ଜିଲ୍ଲାପାଳ ଙ୍କ ବଦଳି ପରେ ସ୍ଥାନୀୟ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ଯଥା ନିଯୁକ୍ତି, ବିସ୍ଥାପନ, ପାନବରଜ, ଜଙ୍ଗଲ ଜମି କ୍ଷତିପୂରଣ ବାବଦରେ ଦେଇଥିବା ପ୍ରତିଶୃତି କୁ ନେଇ କିଏ ଉତ୍ତରଦାୟୀ ରହିବା ନେଇ ବିରୋଧ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳ ଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବାକୁ ଅଞ୍ଚାଳବାସି ଦାବି କରିଚନ୍ତିl