ସମସ୍ତେ ଆସନ୍ତୁ ଶ୍ରଦ୍ଧା ରେ ଖାଆନ୍ତୁ ଖୁସି ରେ ଯାଆନ୍ତୁ ଏହାହିଁ ଗଙ୍ଗା ର ମାନସିକତା । ସନ୍ଧ୍ଯା ସମୟରେ ସାଧାରଣତଃ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଟିକେ ଟୁକୁ ତୁକିଆ କିଛି ଖାଇବାକୁ ଭଲପାନ୍ତି । ଗଙ୍ଗା ତିଆଡି ବୟସ ପାଖାପାଖି ୧୯/୨୦ ,ଦୀର୍ଘ ୩/୪ ବର୍ଷ ହେଲା ଗୋଟିଏ ଠେଲା ଗାଡିରେ ଚୁଲି ,କରେଇ ଧରି ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରଥମରୁ ହିଁ ଛୋଟ ପକୁଡି ତିଆରି କରି ବିକ୍ରି କରୁଥିଲେ । ତାଙ୍କ ପାଖା ପାଖି ଅନେକ ଗୁଡିଏ ଅନୁଭୂତି ସମ୍ପର୍ଣ୍ଣ ଜଳଖିଆ ବ୍ୟବସାଇ ମାନଙ୍କ ଦୋକାନ ରହିଥିବା ବେଳେ ସେଠାରେ ବିଭିର୍ଣ୍ଣ ପ୍ରକାର ଖାଦ୍ଯ ବିକ୍ରୟ କରାଯାଏ । ଉକ୍ତ ଅଞ୍ଚଳର ସବୁଠାରୁ ଛୋଟ ଦୋକାନ ହେଲେ ମଧ୍ୟ ଅଧ୍ୟବସାୟ ତଥା ଉଚିତ ଗୁଣବତ୍ତା ପ୍ରସ୍ତୁତି ପ୍ରଣାଳୀ ଓ ଗ୍ରହକଙ୍କୁ ସ୍ଵାଦିଷ୍ଠ ଲାଗିଲା ଭଳିଆ ଖାଦ୍ଯ ତିଆରି କରି ଦେବା ହେଉଛି ଗଙ୍ଗା ଙ୍କ ପ୍ରାଥମିକତା । ସ୍ବାବଲମ୍ବନଶୀଳ ଚିନ୍ତାଧାରା ,ସ୍ଵାଧୀନ ଭାବେ ବଞ୍ଚିବା ପାଇଁ ଇଚ୍ଛା ଶକ୍ତି ହିଁ ତାଙ୍କୁ ଆଗକୁ ବଢାଇଛି । ଯୁବ ଗୋଷ୍ଠୀ ଚାକିରି ଖୋଜିବା ,ପଥଭ୍ରଷ୍ଠ ହେବା ,ବାହାର ରାଜ୍ୟକୁ କାମ କରିବାକୁ ଯିବା ,ଆଧୁନିକ ମାନସିକତାରେ ନିଜକୁ ଉଦଭ୍ରାନ୍ତ କରାଉଥିବା ବେଳେ ଗଙ୍ଗା କିନ୍ତୁ ଆପଣେଇ ନେଇଛନ୍ତି ସରଳ ଜୀବନ ଶୈଳୀ । ଅପରାହ୍ନ ୪ ଟାରୁ ଆରମ୍ଭ ହୁଏ ପକୋଡି ଛଣା ରାତ୍ର ୮ ଟାରେ ବନ୍ଦ ହୁଏ । ଯିଏ ଠାରେ ଖାଇକି ଯାଇଥାଏ ପୁନର୍ବାର ପୁଣି ଆସିଥାଏ । ଗଙ୍ଗା ଯେ କେବଳ ଏହି ବ୍ୟବସାୟ କରନ୍ତି ତାହା ନୁହେଁ ଅଞ୍ଚଳର ଯେ କୌଣସି ପର୍ବ ପର୍ବାଣି ,ଆନନ୍ଦ ସମାରୋହ ରେ ନିଜକୁ ସାମିଲ ମଧ୍ୟ କରନ୍ତି । ଦଣ୍ଡ ଯାତ୍ରା ସମୟରେ ତ ୧୩ ଦିନ ଯାକ ନିଜକୁ ଠାକୁର ଓ ଯାତ୍ରା ମହଲରେ ହଜାଇଦିଅନ୍ତି । ସଦା ସର୍ବଦା ଖୁସି ମିଜାଜ ,ଅଳ୍ପ ଆୟ ,ସ୍ଵାଦିଷ୍ଠ ପ୍ରସ୍ତୁତି ହିଁ ତାଙ୍କର ପରିଚୟ । ଦୃଢ ମନୋବଳ ଯୋଙ୍ଗୁ କେବେ ବି ଭାଙ୍ଗି ପଡିନାହାନ୍ତି ସେ । ପଂଚାନନ ମନ୍ଦିର ,କାଳିମନ୍ଦିର ପ୍ରତି ଅଗାଢ ଭକ୍ତି ରହିଛି ତାଙ୍କର ।