କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ପଞ୍ଚାୟତ ର ଛାମୁଣ୍ଡା ଗ୍ରାମରେ ଆଡଭାଣ୍ଟା ଇଣ୍ଟରପ୍ରାଇଜସ୍ ଲିମିଟେଡ଼ ତରଫରୁ ଛାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସି ଏସ୍ ଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କମ୍ପାନୀର ଜୋନାଲ ମ୍ୟାନେଜର ଶ୍ରୀଯୁକ୍ତ ଅଶୋକ କୁମାର ସର୍ମା, ସି ଏସ୍ ଆର୍ ଏବଂ ୱେଲଫେୟାର ଅଫିସର ରେନିଥା କାକାନି, ରିଜିଓନାଲ୍ ମ୍ୟାନେଜର ପ୍ରଫୁଲ କୁମାର ସେନାପତି , ଟେରିଟୋରି ମ୍ୟାନେଜର ଶୁଦିପ ପ୍ରଧାନ ଓ ଲୋକନାଥ ନାହକ, ପ୍ରଧାନ ଶିକ୍ଷୟତ୍ରୀ ଅନିତା ପ୍ରଧାନ, ଆଞ୍ଚଳିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଦ୍ର ଚରଣ ମୋଦି , ଛାମୁଣ୍ଡା ପଞ୍ଚାୟତ ର ସରପଞ୍ଚ ଏବଂ କେନ୍ଦୁଝର ଜିଲ୍ଲାର ଆଡଭାଣ୍ଟା କମ୍ପାନୀ ର ଡିଷ୍ଟ୍ରିବ୍ୟୁଟର ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ଫୁଲମାଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ଅଶୋକ ସର୍ମା ଓ ରେନିଥା କାକାନି ଏଵଂ ଅନ୍ୟ ମଞ୍ଚାସିନ ଅତିଥିମାନେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ବିଧିବଧ ଭାବେ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅନିତା ପ୍ରଧାନ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ, ଶ୍ରୀଯୁକ୍ତ ଅଶୋକ ସର୍ମା କମ୍ପାନୀ ବିଷୟରେ ଆଲୋକପାତ କରି କହିଥିଲେ ଯେ ଆଡଭାଣ୍ଟା ଏକ ଭାରତୀୟ ବହୁ ରାଷ୍ଟ୍ରୀୟ ହାଇବ୍ରିଡ ବିହନ ଉତ୍ପାଦକ କମ୍ପାନୀ ଅଟେ , ଏହା ଭାରତୀୟ ବହୁ ରାଷ୍ଟ୍ରୀୟ କମ୍ପାନୀ ହୋଇଥିବାରୁ ଏହା ଭାରତ ବ୍ୟତୀତ ଅନ୍ୟ ୮୪ ଟି ଦେଶରେ ଉନ୍ନତ ମାନର ହାଇବ୍ରିଡ ଧାନ, ମକା, ସୂର୍ଯ୍ୟମୁଖୀ, ସୋରିଷ, ବାଜରା ଓ ଗୋଚରା ବିହନ ଉପଲବ୍ଧ କରାଇଥାଏ। ସି ଏସ୍ ଆର୍ ଏବଂ ୱେଲ୍ ଫେୟାର ଅଫିସର ଶ୍ରୀମତୀ ରେନିଥା କାକାନି କମ୍ପାନୀ ର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ଏବଂ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ର ଛାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଥମରୁ ପଞ୍ଚମ ଶ୍ରେଣୀର ୧୦୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ବ୍ୟାଗ୍, ଖାତା , ପେନସିଲ ରବର ପ୍ୟାକେଟ ଇତ୍ୟାଦି ପ୍ରଦାନ କରି ଗ୍ରାମାଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ଉନ୍ନତି ହୋଇପାରିବ, କାର୍ଯ୍ୟକ୍ରମ ମଧ୍ୟରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଶୋକ ସର୍ମା ଓ ରେନିଥା କାକାନିକ ତତ୍ତ୍ଵାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା , ଶେଷରେ ଆଞ୍ଚଳିକ କ୍ଷେତ୍ରୀୟ ପ୍ରବନ୍ଧକ ଧନ୍ୟବାଦ ଅର୍ପଣ କରି କର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।