ଦିନେ ମ୍ୟାଡମ କ୍ଲାସରେ ପିଲାମାନଙ୍କୁ ପ୍ରଶ୍ନ କଲେ-
ମ୍ୟାଡମ – ପିଲା ମାନେ, ତୁମ ମାନଙ୍କ ଭିତରୁ ସାହାସୀ କିଏ?
ପ୍ରଶ୍ନ ଶୁଣି ସମସ୍ତେ ହାତ ଉଠେଇଲେ। ଏହା ଦେଖି ମ୍ୟାଡମ ଆଉ ଏକ ପ୍ରଶ୍ନ କଲେ-
ମ୍ୟାଡମ – କହିଲ ଦେଖି, ଯଦି ତୁମ ସ୍କୁଲ ଆଗରେ କେହି ଜଣେ ବୋମା ରଖି ଦିଏ, ତା’ ହେଲେ ତୁମେ କଣ କରିବ?
ଏଥରକ ପ୍ରଶ୍ନ ଶୁଣି ପପୁ ହାତ ଉଠାଇ କହିଲା- ମ୍ୟାଡମ, ଗୋଟାଏ, ଦୁଇ ମିନିଟ ଦେଖିବି। କେହି ଯଦି ବୋମା ଟେକି ନେଇଗଲେ ଭଲ ନ ହେଲେ ତାକୁ ଷ୍ଟାଫରୂମରେ ଥୋଇ ଆସିବି।
ଉତ୍ତର ଶୁଣି ମ୍ୟାଡମ ବେହୋସ୍।