ପାଲ ଉପରେ ଚାଲିଛି ଦେଶର ଭବିଷ୍ୟତ ଗଢ଼ା l ଡେସ୍କ, ବେଞ୍ଚ ତ ଦୂରର କଥା କେତେବେଳେ ଯେ ଭୁଶୁଡି ଯିବ ନୂଆ କରି ଗଢ଼ା ହେଇଥିବା ସ୍କୁଲ କାନ୍ଥ ତାହା ଏବେ ସନ୍ଦେହ ଘେରରେ l ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ବ୍ୟବସ୍ଥା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ଏଠି ପ୍ରବଶନ ପାଲଟି ଥିବା ଦେଖିବାକୁ ମିଳିଛି l ଟିକେ ଭଲ କରି ନଜର ପକାନ୍ତୁ ଏହି ଭିସୁଆଲ ଉପରେ ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆଦର୍ଶ ବିଦ୍ୟାଳୟର ଚିତ୍ର l କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ପିଲା ତଳେ ବସି ପାଠ ପଢୁଛନ୍ତି l ଏ ହେଉଛି ଆଦର୍ଶ ବିଦ୍ୟାଳୟର ଅସଲି ଚିତ୍ର l ତେବେ ଯାହାକୁ ନେଇ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି l ବିଦ୍ୟାଳୟ ଖୋଲାଯିବା ମଧ୍ୟରେ ୩ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ୍ୟ ପିଲାଙ୍କ ପାଇଁ ଏଯାଏଁ ଜିଲ୍ଲା ଶିକ୍ଷଧିକାରୀଙ୍କ ପକ୍ଷରୁ ବେଞ୍ଚ, ଡେସ୍କ ଯୋଗାଇ ଦିଆଯାଇନାହିଁ l ଶିକ୍ଷା ଅଧ୍ୟାୟନ ପାଇଁ ନିଯୁକ୍ତି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ଚେୟାର, ଟେବୁଲ, ଆଲମିରା, ଭଳି ଅନ୍ୟ ସରଜାମ ଦିଆଯାଇନାହିଁ l ଅନ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଶିକ୍ଷକ ନଥିବା ଏବଂ ରାତ୍ର ଜଗୁଆଳ ଓ ଦିନ ଜାଗୁଆଳ ନଥିବାରୁ ଭୟଭୀତରେ ଅଛନ୍ତି ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ l ତେବେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ l ତେବେ ଆଶା କରିବୁ ଖବର ପ୍ରସାରଣ ପରେ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ସରକାର ଏହା ଉପରେ ଦୃଷ୍ଟି ଦେବେ ଏବଂ ଏହାର ତୁରନ୍ତ ସମାଧାନ କରିବେ l