ସାଧାରଣତଃ ଯେତେବେଳେ ବିବାହ ବିଚ୍ଛେଦ ବା ଛାଡପତ୍ର ଜଣେ ମହିଳାଙ୍କର ହୁଏ , ଏପରି କ୍ଷେତ୍ରରେ ମହିଳାଙ୍କୁ ଅନେକ ଟାହି ଟାପରାର ଓ ଲୋକଙ୍କ ପରିହାସ ର ଶିକାର ହେବାକୁ ପଡିଥାଏ । ହେଲେ ଜଣେ ମହିଳା ଏବେ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ମହିଳା ଜଣକ ଡିର୍ଭୋସ ପାର୍ଟି ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତିା ନିକଟରେ ଆମେରିକାରେ ରହୁଥିବା ଜଣେ ପାକିସ୍ତାନୀ ମହିଳା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ପାର୍ଟି ଦେଇଥିଲେ। ଏପରିକି ପାର୍ଟିରେ ନିଜେ ମନ ଖୋଲି ନାଚିଛନ୍ତି। ଏହି ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ମହିଳା ଜଣକ ପାର୍ଟିର ବନ୍ଦୋବସ୍ତ କରି ଥିବାବେଳେ ଏକାଧିକ ଅତିଥି ମଧ୍ୟ ବିବାହ କିମ୍ବା ଜନ୍ମଦିନ ଉତ୍ସବ ଭଳି ଯୋଗ ଦେଇଥିଲେ। ସୁନ୍ଦର ସାଜସଜ୍ଜା ସାଙ୍ଗକୁ ପାର୍ଟିରେ ଲେଖା ଯାଇଥିଲା ‘ଡିଭୋର୍ସ ମୁବାରକ୍’। ଏହି ପାର୍ଟିରେ ଛାଡ଼ପତ୍ର ପାଇଥିବା ମହିଳା ଜଣକ ଲେହେଙ୍ଗା ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଛି।
ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ନେଟିଜେନ୍ସ। କେହି କେହି ଉକ୍ତ ମହିଳାଙ୍କୁ ସମର୍ଥନ କରିଥିବା ବେଳେ ଅନ୍ୟ କେହି ବିରୋଧ କରିଛନ୍ତି। ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଯଦି ଆମେ ଡିଭୋର୍ସକୁ ସେଲିବ୍ରେଟ କରିବା, ତେବେ ଲୋକମାନେ ବାହା ହେବାକୁ ଭୟ କରିବେ। ଦିନକୁ ଦିନ ଏକକ ଅଭିଭାବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପିଲାମାନଙ୍କ ପାଖରେ ସେମାନଙ୍କ ବାପା ନ ରହିବା ବି ଏକ ସମସ୍ୟା।”