ଯବାନ ଓ ମାଓବାଦୀ ମୁହାଁମୁହିଁ । ଜୋରଦାର ଗୁଳିବିନିମୟରେ ଜଣେ ଜବାନ ସହୀଦ ହୋଇଥିବା ବେଳେ ଜଣେ ମାଓନେତାର ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଁକେର ଜିଲ୍ଲାରେ ଆଜି ପୁଣି ମାଓବାଦୀ ଓ ଜବାନଙ୍କ ମଧ୍ୟରେ ହୋଇଛି ଜୋରଦାର ଗୁଳିବିନିମୟ । ସୂଚନା ମୁତାବକ କାଁକେର ଜିଲ୍ଲାର ଛୋଟେବେଟିୟା ଥାନା ଅନ୍ତର୍ଗତ ହିନ୍ଦୁଲ ଜଙ୍ଗଲରେ ୪୦ରୁ ୫୦ ଜଣ ହାର୍ଡଖୋର ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇଥିଲା କାଁକେର ପୋଲିସ । ପରେ ଡିଆରଜି ବାହିନୀ, ବସ୍ତର ଫାଇଟର ସହ ବିଏସଏଫ ର ଯବାନ ମାନେ ମିଳିତ ଭାବେ କୁମ୍ବିଙ୍ଗ ଅପରେସନ ରେ ଯାଇଥିଲେ ।
ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବାରୁ ଜବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ଉଭୟ ପକ୍ଷ ମଧ୍ୟରେ ଅନେକ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣେ ମାଓବାଦୀଙ୍କ ମୃତ ଦେହ ମିଳିଥିବା ବେଳେ ତାଙ୍କ ପାଖରୁ ଗୋଟିଏ ଇକ ୪୭ ମିଳିଥିବା ବେଳେ ଡିଆରଜି ର ଜଣେ ଜବାନ ମଧ୍ୟ ସହିଦ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଯବାନ ମାନେ ଅପରେସନ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି କାଁକେର ଜିଲ୍ଲାର ଅତିରିକ୍ତ ଏସପି ।