ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୭ ରନରେ ଅଲଆଉଟ୍ ହୋଇଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିରାଟ ବାହିନୀ ୨୪୧ ରନ୍ ପଛରେ ରହିଛି।ଇଂଲଣ୍ଡର ବିଶାଳ ୫୭୮ ରନ୍କୁ ପିଛା କାରିବାକୁ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଏବଂ ଶୁଭମାନ୍ ଗିଲ ନିରାଶ କରିଥିଲେ। ରୋହିତ ଶର୍ମା ୬ ରନ୍ କରି ଜୋଫ୍ରା ଆର୍ଚରଙ୍କ ବଲରେ ଜୋସ୍ ବଟଲରଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ। ଅନ୍ୟତମ ଓପନର ଶୁଭମାନ ଗିଲ ଭଲ ଆରମ୍ଭ କରିଥିଲେ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ।ଏହା ପରେ ଭାରତର ବ୍ୟାଟିଂ ଭାର ସମ୍ଭାଳି ଥିବା ଅଧିନାୟକ ଭିରାଟ କୋହଲି ମଧ୍ୟ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରିନଥିଲେ। କୋହଲି ମାତ୍ର ୧୧ ରନ୍ କରି ବେସ୍ଙ୍କ ଶିକାର ହୋଇଥିଲେ। କୋହଲିଙ୍କ ପରେ ବ୍ୟାଟିଂ ପାଇ ଆସିଥିବା ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଭାରତର ସ୍କୋର ମାତ୍ର ୭୩ ରନ୍ ହୋଇଥିବା ବେଳେ ଦଳ ୪ ଓ୍ବିକେଟ୍ ହରାଇ ସଂଘର୍ଷ କରିଥିଲା। ଏହାପରେ ଋଷଭ ପନ୍ତ କ୍ରିଜ୍ରେ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ ସୁଦ୍ଧା ତାହାକୁ ଶତକରେ ବଦଳାଇପାରିନଥିଲେ। ପନ୍ତ ୯୧ ରନ୍ କରି ଆଉଟ ହୋଇଥିଲେ। ମାତ୍ର ୪୦ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ପନ୍ତ ୮୮ ବଲ ଖେଳି ୯୧ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୯ଟି ଚୌକା ଏବଂ ୫ଟି ଛକା ସାମିଲ ଅଛି। ପୂଜାରା ୧୪୩ ବଲ ଖେଳି ୧୧ଟି ଚୌକା ସହାୟତାରେ ୭୩ ରନ୍ କରିଥିବା ବେଳେ ଡୋମ୍ ବେସ୍ଙ୍କ ଶିକାର ହୋଇଥିଲେ। ତେବେ ଓ୍ୱାଶିଂଟନ ସୁନ୍ଦର ଏକାକି ଲଢେଇ ଜାରି ରଖିଥିଲେ।ମ୍ୟାଚର ଚତୁର୍ଥ ଦିନରେ ଆର ଅଶ୍ୱିନ ୩୧, ଏସ ନଦୀମ ୦ ଓ ଇଶାନ୍ତ ଶର୍ମା ୪ ରନରେ ପ୍ୟାଭିଲିୟନ ଫେରିତିଲେ। କେବଳ ଓ୍ୱାଶିଂଟନ ସୁନ୍ଦର ଲଢେଇ ଜାରି ରଖିଥିଲେ। ସେ ୮୫ ରନ୍ କରି ନଟଆଉଟ୍ ରହିଥିଲେ। କିନ୍ତୁତାଙ୍କ ସହ କ୍ରିଜରେ ଥିବା ଜସପ୍ରିତ ବୁମରାହ ବିନା କୌଣସି ରନରେ ଆଉଟ୍ ହେବା ପରେ ଭାରତର ପାଳି ସମାପ୍ତ ହୋଇଥିଲା।ଇଂଲଣ୍ଡ ପକ୍ଷରୁ ଡି ବେସ୍ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ,ଜୋଫ୍ରା ଆର୍ଚର ଏବଂ ଜେ ଲେଚ୍ ୨ଟି ଲେଖାଏଁ ଓ୍ୱୁକେଟ୍ ନେଇଛନ୍ତି।