ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ଚୀନରେ ଲାଗିଲା ଶକ୍ତିଶାଳୀ ଭୂମିକମ୍ପ ଝଟକା । ରବିବାର ସକାଳୁ ଥରି ସାଙ୍ଗଡଙ୍ଗ ପ୍ରାନ୍ତ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଛି । ଭୂକମ୍ପ ଝଟକାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଧନଜୀବନ କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି । ଚୀନ ଅର୍ଥକ୍ଟିକ୍ ନେଟୱର୍କ୍ସ ସେଣ୍ଟର ରିପୋର୍ଟ ମୁତାବକ ।ଏଙି ଭୂମିକମ୍ପ ରବିବାର ପ୍ରାୟ ରାତି ଅଢେଇଟାରେ ଝଟକା ଲାଗିଛି । ବିଶେଷ କରି ଏହାର ପ୍ରଭାବ ଦେଝାଉ ସହର ପିଙ୍ଗୁୟାଆନ୍ କାଉଣ୍ଟିରେ ଅନୁଭୂତ ହୋଇଛି । ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଥିଲା ।
ଭୂମିକମ୍ପ ଯୋଗୁ ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।ଚୀନ ମିଡିଆ ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଦେଝାଉ ସହର ଠାରୁ ଦକ୍ଷିଣରେ ୨୬ କିଲୋମିଟର ଏବଂ ୧୦ କିଲୋମିଟର ଗଭୀରତାରେ ରହିଛି । ସୂଚନା ଅନୁଯାୟୀ, ଏହା ପୂର୍ବରୁ ଆଫଗାନିସ୍ଥାନର ହିନ୍ଦୁକୁଶ ଅଞ୍ଚଳରେ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲେଜି ସୂଚନା ମୁତାବକ, ପ୍ରଥମ ଝଟକାରେ ୫.୮ ତିବ୍ରତା ରହିଥିବା ବେଳେ ଦ୍ବିତୀୟ ଝଟକାରେ ୫.୧ ତିବ୍ରତା ରେକର୍ଡ କରାଯାଇଥିଲା । ତେବେ ଭୂମିକମ୍ପ ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।ଶନିବାର କେନ୍ଦ୍ରଶାସିତ ପ୍ରଦେଶ ଜାମ୍ମୁ-କାଶ୍ମୀରରେ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରେକ୍ଟିର ସ୍କେଲରେ ଏହାର ତିବ୍ରତା ୪.୭ ରେକର୍ଡ କରାଯାଇଥିଲା । ପାକିସ୍ତାନର ପେସାଓ୍ବାର ପର୍ୟ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା । ରବିବାର ଦେବଭୂମି ଉତ୍ତରାଖଣ୍ଡର ପିଥୋରାଗଡ଼ ମୃଦୁ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରହିଥିଲା ।