କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ର ରାମନଗର ପଞ୍ଚାୟତ ରେ ଘଟିଜାଇଛି ଏକ ଅଭାବନୀୟ ଘଟଣା ସୁଚନା ରୁ ଜଣାପଡେ ରାମନଗର ପଞ୍ଚାୟତ ଦିନକୁଦିନ ବେନିୟମ ଭାବେ ଜଙ୍ଗଲ ଜମିରେ ବେଆଇନ ଭାବେ ସରକାରୀ ଜମିରେ ଚିଙ୍ଗୁଡି ଘେରି ଦିନକୁ ଦିନ ବଢ଼ିବାରେ ଲାଗିଛି ଓ ଛତୁ ଫୁଟିଲାଭଳି ଚିଙ୍ଗୁଡ଼ି ଘେରି ଗଢିଉଠୁଥିଲା ବେଳେ ସେହି ଚିଙ୍ଗୁଡ଼ି ଘେରିରୁ ବାହାରୁଥିବା ରାସାଇନିକ ପ୍ରଦାର୍ଥ ରୁ କେତେବେଳେ ଚାସିଙ୍କର ହୋଇଥାଏ ସର୍ବନାଶ ତ କେତେବେଳେ ଘେରିରେ ଜାଉଛି ମଣିଷର ଜିବନ ।ସବୁଦିନ ଭଳି ରାମନଗର ପଞ୍ଚାୟତ ର ପୀତାପାଟ ଗ୍ରାମର କୁମେରେଶ ମଣ୍ଡଳ ବୟସ ୫୫ ବର୍ଷ ଚିଙ୍ଗୁଡି ଘେରିରେ ରହି ଦିନ ମଜୁରିଆ ଭାବେ ଘେରିକୁ ଦେଖାସୁଣା କରୁଥିବା ବେଳେ ରାତି ପ୍ରାୟ ୪ଟା ସମୟରେ ଡିଜେଲ କଳକୁ ଚଲାଇବାକୁ ଜାଇଥିବା ବେଳେ ଅସାବଧାନତା ଯୋଗୁ ଘୋଡିହୋଇଥିବା ଚଦର ଟି ପାଣି କଳଚକରେ ଗୁଡାଇ ହୋଇ ଜାଇଥିଲା ଜହାଫଳରେ ଚକରେ ବାଡେଇ ହୋଇ ଚଦର ଲାଗିଜିବାରୁ ଘଟଣା ସ୍ଥଳରେ କୁମେରେଶ ର ମୃତ୍ୟୁ ଘଟିଥିଲା. ସକାଳୁ ସକାଳୁ ଖବର ପାଇଁ ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା ବେଳେ ଏନେଇ ରାମନଗର ପାଣ୍ଡିରେ କୁମେରେଶ (ମୃତ)ତାଙ୍କ ପୁଅ ଲିଖିତ ଅଭିଯୋଗ କରିଥିଲେ ଏଠି ପ୍ରଶ୍ନବାଚୀ ସୃଷ୍ଟି ହୁଏ ଚିଙ୍ଗୁଡି ଘେରିକୁ ରାତିଦିନ ଏକ କରି ଜଗି ମାଲିକଙ୍କୁ କରିଥାନ୍ତି ମାଲେମାଲ ।ଜଦିକିଛି ଅଘଟଣ ଘଟେ ମାଲିକ ଦଲାରିକୁ ଧରି କିଛି ପରିବାର କୁ କିଛି ଟଙ୍କା ଦେଇ ଖସିଜାଏ ଏଠି ପ୍ରଶାସନ ସବୁ ଦେଖି ସୁଣି ସାଜେ ନିରବଦଷ୍ଟା ଗରିବ ହୁଏ ହଟହଟା –
ଆମେ ଆଗରୁ ଏ ବେଆଇନ ଚିଙ୍ଗୁଡ଼ି ଘେରି ଖୋଲହେବା ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ବିଷୟରେ ଆମ NNS ଚେନେଲ ରେ ଖବର ପ୍ରସାରଣ କରିଥିଲୁ. କିନ୍ତୁ କିଛି ପ୍ରଭାବଶାଳୀ ଚିଙ୍ଗୁଡ଼ି ମାଫିଆ ଓ ପ୍ରଶାସନ ର ମଧୁଚନ୍ଦ୍ରିକା ଫଳରେ ଦିନକୁ ଦିନ ଏହି ଅଂଚଳ ରେ ବେଆଇନ ଚିଙ୍ଗୁଡ଼ି ଘେରି ବଢ଼ିବାରେ ଲାଗିଛି. ଏକ ସତ୍ୟ ଓ ନିର୍ଭରଯୋଗ୍ୟ ଗଣମାଧ୍ୟମ ହିସାବରେ ଆମର ପ୍ରଥମ କର୍ତଵ୍ୟ ଆମ୍ଭେ ଆପଣଙ୍କ ପାଖରେ ସତ୍ୟ ଖବର ପହଂଚାଇବା ଓ ଜସନସାଧାରଣ ଙ୍କ ହିତପାଇଁ କାଯ୍ୟ କରିବା ଆମର ପ୍ରଥମ ଦାୟିତ୍ୱ. ଆମ୍ଭେ ସର୍ବଦା ଆପଣଙ୍କ ପାଖରେ କୋଣ ଅନୁକୋଣ ରୁ ସବୁଠି ନୀରବଛିନ୍ନ ଖବର ପହଞ୍ଚେଇବା ଆମର ଦାୟିତ୍ୱ.